ସତସଙ୍ଗ ଉପଯୋଜନା କେନ୍ଦ୍ର ଉଦଘାଟିତ
. ଜଗତ୍ସିଂହପୁର ଜିଲ୍ଲା ରଘୁନାଥପୁର ସତସଙ୍ଗ କେନ୍ଦ୍ର ଆନୁକୁଲ୍ୟରେ ଚାନ୍ଦପୁର ଠାରେ ସତସଙ୍ଗ ଉପଯୋଜନା କେନ୍ଦ୍ର କୁ ଭୁବନେଶ୍ଵର ର ସତସଙ୍ଗ ବିହାରର ଭାରପ୍ରାପ୍ତ ଅଧିକାରୀ ଶହପ୍ରତି ରିତିକ୍ ଅଭୟ କୁମାର ପରିଡାଙ୍କ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ଠାକୁର ଙ୍କ ଧୋନୀ ଦେଇ ଉଦଘାଟନ କରିଥିଲେ. ଏହି ଉପଯୋଜନା କେନ୍ଦ୍ର ମାଧ୍ୟମରେ ଇଷ୍ଟ ଭୁତି,ଦୀକ୍ଷା ପତ୍ର କାଗଜ ଯେଉଁମାନେ ସତସଙ୍ଗ ର ମୁଖ୍ୟ ସ୍ରୋତରେ ଦୁରେଇ ଯାଉଛନ୍ତି ସେମାନଂକୁ ମୁଖ୍ୟ ସ୍ରୋତରେ ସାମିଲ କରାଇବା ପଡ଼ୋଶୀ ଲୋକମାନଙ୍କୁ ଦୁଃଖ ସୁଖ ଅଭାବ ଅସୁବିଧାର ସହାୟତା ର ହାତ ବଢାଇବା ,ଅର୍ଥ ଅଭାବରୁ ଶିକ୍ଷା ,ସ୍ୱାସ୍ଥ୍ୟ ରୁ ବଞ୍ଚିତ ହେଉଥିବା ଗରିବ ପିଲାମାନଙ୍କୁ ସେବା ଯୋଗାଇଦେବା ଏବଂ ଅର୍ଥ ଅଭାବରୁ କୋର୍ଟ କଚେରୀ ନ୍ୟାୟ ପାଇଁ ମାମଲା ରେ ଲଢିବାରୁ ବଞ୍ଚିତ ହେଉଥିବା ଲୋକମାନଙ୍କୁ ସହାୟତା ର ହାତ ବଢାଇବା ପାଇଁ ସମସ୍ତ ସତସଙ୍ଗର ଭାଇ ମାନଙ୍କୁ ରିତିକ ଶ୍ରୀ ପରିଡା ଅନୁରୋଧ କରିଥଲେ।ରଘୁନାଥପୁର ପୂର୍ବତନ ସଭାପତି ବିଜୟ କୁମାର ସ୍ଵାଇଁ ପରିଚାଳନା କରିଥିଲେ ଏହି ଉତ୍ସବରେ ସହ ପ୍ରତିରୀତିକ ଗୋପାଳ ଦାସ, ଘନ ଶ୍ୟାମ ସ୍ୱାଇଁ, ବୀରେନ୍ କୁମାର ରାଉତ, ଅଧୁରଯ ବଲଭ ଦାସ, ଯାଯକ ନିର୍ମଳ ଜେନା, ଅଜୟ କୁମାର ସ୍ଵାଇଁ, ଅଭୟ କୁମାର ସ୍ଵାଇଁ ପ୍ରମୁଖ ଶତାଧିକ ମା ଓ ଗୁରୁ ଭାଇ ମାନେ ଯୋଗ ଦେଇଥିଲେ .
