ଢେଙ୍କାନାଳ ଜିଲ୍ଲା ପୋଲିସ ର ବଡ଼ ସଫଳତା

-ଢେଙ୍କାନାଳ ଜିଲ୍ଲା ପୋଲିସ କୁ ବଡ଼ ସଫଳତା l ୬ ଜଣିଆ କୁଖ୍ୟାତ ଆନ୍ତଜିଲ୍ଲା ଡକାୟତ ଗ୍ୟାଙ୍ଗ କୁ ଗିରଫ କଲା ପୋଲିସ l ଏମାନଙ୍କ ନିକଟରୁ ବହୁ ପରିମାଣ ର ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ, ଲାପଟପ, ମୋବାଇଲ ଫୋନ, କମ୍ପ୍ୟୁଟର, ପ୍ରିଣ୍ଟର, ଚାରୋଟି ସ୍କୁଟି, ଗୋଟିଏ ମୋଟର ସାଇକେଲ, ସୁନା କାନଫୁଲ, ସୁନା ଚୁଡ଼ି, ୧୩ ଟି ଏଲଇଡି ଟିଭି, ୩ ଟି ଲାପଟପ, ଇନଭର୍ଟର ବ୍ୟାଟେରୀ, ଇନଭର୍ଟର ମେସିନ ସମେତ ବିପୁଳ ପରିମାଣ ର ମାର୍ବଲ ଟାଇଲ ଜବତ କରିଛି ପୋଲିସ l ଏହା ବ୍ୟତୀତ ଏହି ଗ୍ୟାଙ୍ଗ ନିକଟ ରୁ ବିଭିନ୍ନ ନାମୀଦାମୀ କମ୍ପାନୀ ର ଟେବଲ ଫ୍ୟାନ, ଡିଜେ ସାଉଣ୍ଡ ବକ୍ସ, ଡିଜେ ଲାଇଟ ଓ ରେଲୱେ ଧାରଣା ରେ ବ୍ୟବହୃତ ସାମଗ୍ରୀ ଜବତ କରିଛି ପୋଲିସ l ଦୀର୍ଘ ଦିନ ବର୍ଷ ହେବ ଏହି ୬ ଜଣିଆ ଗ୍ୟାଙ୍ଗ ଢେଙ୍କାନାଳ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ସମେତ ପଡୋଶୀ ଅନଗୁଳ ଜିଲ୍ଲା ରେ ଆତଙ୍କ ଖେଳାଇଥିଲା l ଏହି ଗ୍ୟାଙ୍ଗ ନାଁ ରେ ବିଭିନ୍ନ ଥାନାରେ ୬୪ ଟି ଅପରାଧିକ ମାମଲା ରୁଜୁ ହୋଇଥିବା ବେଳେ ଏମାନଙ୍କୁ ଗିରଫ କରିବା ପାଇଁ ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା l କାମାକ୍ଷାନଗର ଏସ୍ଡ଼ିପିଓ ସ୍ନେହାଶିଷ ସାହୁ ଙ୍କ ନେତୃତ୍ୱ ରେ ପରଜଙ୍ଗ, କାମାକ୍ଷାନଗର, ତୁମୁସିଙ୍ଗା ଓ କଙ୍କଡାହାଡ଼ ଥାନା ଅଧିକାରୀ ଙ୍କ ଏକ ମିଳିତ ଟିମ ଏହି ଗ୍ୟାଙ୍ଗ ଉପରେ ବିଭିନ୍ନ ସ୍ଥାନ ଉପରେ ଚଢ଼ାଉ କରି ୬ ଜଣ ଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି l ଏହି ଗ୍ୟାଙ୍ଗ ବିଶେଷ କରି ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ, ସ୍କୁଲ, ଓ ଘର ଗୁଡିକ ଉପରେ ନଜର ରଖି ଡକାୟତି କରୁଥିବା ସୂଚନା ଦେଇଛନ୍ତି ଢେଙ୍କାନାଳ ଏସପି ସନ୍ଦୀପ ସମ୍ପଦ ମଡକର l ଏମାନଙ୍କ ନାଁ ରେ ଢେଙ୍କାନାଳ ଜିଲ୍ଲା ର କଙ୍କଡା ହାଡ଼ ଥାନାରେ ୮ଟି, ପରଜଙ୍ଗ ରେ ୧୪, କାମାକ୍ଷାନଗର ରେ ୧୩, ତୁମୁସିଙ୍ଗା ୩, ରାସୋଳ ୬, ଏବଂ ଅନଗୁଳ, ଖମାର ଓ ପାଳଲହଡା ଥାନା ଅଧୀନରେ ୧୦ ରୁ ଉର୍ଦ୍ଧ ମାମଲା ରହିଥିବା ଜଣା ପଡିଛି l ଗିରଫ ହୋଇଥିବା ଏହି କୁଖ୍ୟାତ ଡକାୟତ ଗ୍ୟାଙ୍ଗ ର ମୁଖ୍ୟ ଅଭିଯୁକ୍ତ ବିଜୟ ପରିଡା, ସମେତ ଅନ୍ୟ ସହଯୋଗୀ ବିରାସ ବେହେରା, ଅଞ୍ଜନ ବେହେରା, ସତ୍ୟବାନ ପ୍ରଧାନ, କାଁହୁ ନାଏକ, ପ୍ରକାଶ ନାଏକ,ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି l ଅନ୍ୟ କେଉଁ ମାନେ ଏହି ଗ୍ୟାଙ୍ଗ ସହିତ ସମ୍ପୃକ୍ତ ଅଛନ୍ତି ସେ ନେଇ ତଦନ୍ତ ଚାଲିଥିବl ସୂଚନା ଦେଇଛନ୍ତି ଢେଙ୍କାନାଳ ଏସପି l ଏହି ପ୍ରେସମିଟ ରେ କାମାକ୍ଷାନଗର ଏସଡିପିଓ ସ୍ନେହାଶିଷ ସାହୁ, କାମାକ୍ଷାନଗର ଥାନା ଅଧିକାରୀ ଧିରେନ ବେହେରା, ପରଜଙ୍ଗ ଥାନା ଅଧିକାରୀ ପ୍ରିୟବ୍ରତ ଦାଶ, କଙ୍କଡାହାଡ଼ ଥାନା ଅଧିକାରିଣୀ କଳ୍ପନା ବେହେରା, ତୁମୁସିଙ୍ଗା ଥାନା ଅଧିକାରିଣୀ ମମତା କୁମାରୀ ସାମନ୍ତରାୟ ଙ୍କ ସମେତ ବିଭିନ୍ନ ପୋଲିସ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *