ହିମାଂଶୁ ଶେଖର ସାହୁଙ୍କୁ ସମ୍ବର୍ଦ୍ଧନା
ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ମର୍ଜିତା ପୁର ପଞ୍ଚାୟତ ର ସହସହ ବିଜେପି ପ୍ରେମି l ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ମାର୍ଜିତା ପୁର ହେଙ୍ଗୁଳା ପଡିଆ ଠାରେ ଏକ ବିରାଟ ସମ୍ବର୍ଦ୍ଧନା ସଭା ଓ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l

ମୁଖ୍ୟ ଅତିଥିଭାବେ ବିଧାୟକ ହିମାଂଶୁ ସାହୁ ଯୋଗଦେଇଥିବା ବେଳେ ୧୨ ନମ୍ବର ଜୋନର ମଣ୍ଡଳ ସଭାପତି ମାନସ ରଞ୍ଜନ ମହାନ୍ତି, ତପନ, ଶ୍ରୀକାନ୍ତ ସାହୁ,ସର୍ବେଶ୍ୱର ବେହୁରା, ଯୋଗଦେଇଥିଲେ l ଆନନ୍ଦ ପ୍ରଧାନ ଓ ମହେଶ୍ୱର ପାତ୍ର ମଞ୍ଚ ପରିଚାଳନା କରିଥିଲେ l ହିଙ୍ଗୁଳା କମିଟି ର ପୂର୍ବତନ ସମ୍ପାଦକ ନାରାୟଣ ପରିଡା, ଚକ୍ରଧର ପାତ୍ର, ସରପଞ୍ଚ ବିଜୟ ଦାସ, ସମିତିସଭ୍ୟ ଅମୁଲ୍ୟ ରାଉତ, ତାପସିନ ସାହୁ, ରଞ୍ଜନ ତରାଇ, ଶ୍ରୀଧର ପ୍ରଧାନ, ନୀଳମଣି ସେଠି ଙ୍କ ସହଯୋଗ ରେ ଏହି ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା l ପଞ୍ଚାୟତ ର ସମସ୍ତ ମହିଳା ସମିତି ବିଧାୟକ ଙ୍କୁ ଫୁଲ ତୋଡ଼ା ଦେଇ ସମ୍ବର୍ଦ୍ଧନା ଜଣାଇ. ଥିଲେ l ଓ ଅଭିଯୋଗ ପ୍ରକୋଷ୍ଟରେ ସହସହ ଲୋକ ନିଜ ନିଜ ଅଭିଯୋଗ ଜଣେଇ ଥିଲେ l
ଧର୍ମଶାଳା ରୁ ଈଶ୍ୱର ଚନ୍ଦ୍ର ବାରିକ ଙ୍କ ରିପୋର୍ଟ।
