ବିଭାଗୀୟ ଅଧୁକାରୀଙ୍କୁ ନେଇ ନୂଆ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ

ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭାଗୀୟ ଅଧୁକାରୀମାନଙ୍କ ଭୂମିକା ଗୁରୁତ୍ବପୂର୍ଣ ଦିଲ୍ଲୀପ କୁମାର ରାଉତ ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କରିଛି । ଏହା ପୂର୍ବରୁ ସେ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଓ ଥିଲେ । ଏହା ପୂର୍ବରୁ ମଧ୍ୟ ବିଭିନ୍ନ ପଦପଦବୀରେ ରହି ବହୁ ପ୍ରଶାସନ ଭାବେ ବେଶ ସୁନାମ ଅର୍ଜନ କରିଛନ୍ତି । ଦିକଶିତ ଓଡ଼ିଶା ବିକଶିତ ଭାରତ ଆଭିମୁଖ୍ୟ ନେଇ ସରକାରଙ୍କ ସମସ୍ତ ଯୋଜନାର ସଫଳ ରୂପାୟନ ସହ ଭଦ୍ରକ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତ ପାଇଁ ସେ ସହ‌ଯୋଗିତା ଏବଂ ସମଭାବାପନ୍ନ ଭାବେ କାର୍ଯ୍ୟ କରିବାକୁ ଜିଲ୍ଲାର ବିଭାଗୀୟ ଅଧିକାରୀମାନଙ୍କୁ ନେଇ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ତାଙ୍କର ବୈଠକରେ ପ୍ରକାଶ କରିଥିଲେ । ଘଡିର ଗୋଟିଏ କଡ଼ି କଟିଗଲେ ଚେନଟି କେମିତି ସମ୍ପୂର୍ଣ ଅଚଳ ବୋଇଯାଏ ଜିଲ୍ଲାର ଉନ୍ନତି ପାଇଁ ପ୍ରଶାସନ କଳର କୌଣସି ବିଭାଗର ତୃଟି ରହିଲେ ସଫଳତା ମିଳିବାରେ କମି ରହିଯାଏ ବୋଲି ସେ ମତବ୍ୟକ୍ତ କରିଥିଲେ । ଜିଲ୍ଲାର ପ୍ରଗତି ନେଇ ବିଭିନ୍ନ ବିଭାଗର କାର୍ଯ୍ୟାନ୍ଵୟନର ସ୍ଥିତାବସ୍ଥା ସମୀକ୍ଷା କରିଥିଲେ । ବିଭାଗୀୟ ଅଧିକାରୀମାନେ ନିଜ ନିଜ ବିଭାଗର କାର୍ଯ୍ୟଧାରା ସମ୍ବନ୍ଧରେ ଜିଲ୍ଲାପାଳଙ୍କ ଅବଗତି ପାଇଁ ଉପସ୍ଥାପନ କରିଥିଲେ । ଆବଶ୍ୟକ ପରେ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ ପରାମର୍ଶ ପ୍ରଦାନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଓ.ଡ଼ି.ଓ. ସରୋଜ କୁମାର ଦାସ, ଉପଜିଲ୍ଲାପାଳ ମନୋଜ ପାତ୍ର, ଏ.ସି.ଡ଼ି.ଓ. କୁଶଳ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ଖ୍ୟାମଳ ରାମ, ପି.ଟି.ଚୁଡା ହଳଗୋପାଳ ଆଶ୍ଚର୍ଯ୍ୟ ପ୍ରମୁଖ ଏହି ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ସମସ୍ତ ଜିଲ୍ଲା ଅଧୁକାରା ଏହି ବୈଠକରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *