କେନ୍ଦ୍ର ଗୃହ ମନ୍ତ୍ରିଙ୍କ ଗ୍ରସ୍ତ
-ଢେଙ୍କାନାଳ ଜିଲ୍ଲା -ପର୍ଜଙ୍ଗ ନିର୍ବାଚନ ମଣ୍ଡଳି ବାଟଗାଁ ଠାରେ ଆୟୋଜିତ ବିଜୟ ସଂଙ୍କଳ୍ପ ସମାବେଶରେ ପହଞ୍ଚିଲେ କେନ୍ଦ୍ରଗୃହ ମନ୍ତ୍ରି ଅମିତ ସାହା।ସାଧାରଣ ସଭାକୁ ସମ୍ବୋଧନ କରି କହିଛନ୍ତି, ନବୀନ ସରକାର, ଖାଲି ଅଖାର ସରକାର। ଆଦିବାସୀଙ୍କ ଜମି ବିକ୍ରି କରିବାର କାମ ଏଠି ଚାଲିଛି।ଶାହ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାରେ ପରିବର୍ତ୍ତନ ହେବାକୁ ଯାଉଛି। ଓଡିଶାର ଭାଷା ଏବଂ ସଂସ୍କୃତି ଆଧାରରେ ହେବ ସରକାର। ବିଜେପି ଆସିଲେ ଦକ୍ଷ ଓ ପରିଶ୍ରମୀ ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ କରିବୁ। ଓଡ଼ିଶାରେ ଖଣିଜ ସମ୍ପଦର ଭରପୁର ରହିଥିବା ବେଳେ ସଠିକ ବିନିଯୋଗ ହୋଇପାରୁନାହିଁ।ପାକିସ୍ତାନ ପ୍ରସଙ୍ଗରେ କହିଛନ୍ତି POK ଭାରତର ଥିଲା ରହିବ।ମଞ୍ଚରେ ଉପସ୍ଥିତ ଅଛନ୍ତି କେନ୍ଦ୍ର ମନ୍ତ୍ରି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଆମର ସାଂସଦ ପ୍ରାର୍ଥି ରୁଦ୍ରନାରାୟଣ ପାଣି ଜିତିଲେ ନରେନ୍ଦ୍ର ମୋଦି ପ୍ରଧାନ ମନ୍ତ୍ରି ହେବେ।କିନ୍ତୁ ଏଠି ଯେଉଁ ପୁଞ୍ଜିପତିର ପରିବାର ସଦସ୍ୟ ଛିଡା ହୋଇଛନ୍ତି ସେ ଜିତିଲେ ତାଙ୍କର କିଏ ପ୍ରଧାନମନ୍ତ୍ରି ହେବ ବୋଲି କହିଥିଲେ।ବିଜେପି ସରକାର ଆସିଲେ ମହିଳା ମାନଙ୍କୁ ୫୦ହଜାର ଟଙ୍କାର କୁପନ ଦିଆଯିବ ,ଓଡିଶାରେ ୧୫ ଲକ୍ଷ ଘର ଗରିବ ଲୋକଙ୍କୁ ପ୍ରଦାନ କରାଯିବ, କଥା କହିଛନ୍ତି।ଏହି ସଭାରେ,ପର୍ଜଙ୍ଗ ବିଧାୟକ ପ୍ରାର୍ଥି ବିଭୂତି ପ୍ରଧାନ,କାମାକ୍ଷାନଗର ବିଧାୟକ ପ୍ରାର୍ଥି ଶତୃଘ୍ନ ଜେନା ପ୍ରମୂଖ ଉପସ୍ଥିତ ଥିଲେ।
