ନୟାଗଡ଼ କେମିଷ୍ଟ ଏବଂ ଡ୍ରଗିଷ୍ଟ ଆସୋସିଏସନ ଦ୍ଵାରା ବୃହତ ରକ୍ତଦାନ ଶିବିର ଅନୁଷ୍ଠିତ
ନୟାଗଡ଼ କେମିଷ୍ଟ ଏବଂ ଡ୍ରଗିଷ୍ଟ ଆସୋସିଏସନ ଦ୍ୱାରା ଏକ ବୃହତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଉଦଘାଟନ କରିଥିଲେ।ସବୁବର୍ଷ ଭଳି ଏବର୍ଷ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ସ୍ଵେଚ୍ଛାକୃତ କୃତ ଭାବେ ଔଷଧ ଦୋକାନୀ ମାନେ ଆଜି ୫୧ୟୁନିଟ ରକ୍ତ ଦାନ କରିଥିଲେ।ଏହି ଶିବିରରେ ୧୦ ଜଣ ମହିଳା ସାମିଲ ହୋଇଥିଲେ। ଆଜିର ଦିନରେ ଔଷଧ ଦୋକାନୀ ମାନେ ତାଙ୍କର ସାମାଜିକ ଦାୟିତ୍ୱବୋଧ ତା ପ୍ରତିପାଦନ କରିପାରିଛନ୍ତି। ଜିଲ୍ଲା ସଭାପତି ପ୍ରହ୍ଲାଦ ସାହୁଙ୍କ ତତ୍ତ୍ଵାବଧାନରେ ସମ୍ପାଦକ ତଥା ସମାଜସେବୀ, ରୋଟାରୀଆନ ସନ୍ତୋଷ କୁମାର ନାୟକ ଙ୍କ ବଳିଷ୍ଠ ସହଯୋଗରେ କୋଷାଧକ୍ଷ ପରମାନନ୍ଦ ପ୍ରଧାନ, କାର୍ଯ୍ୟକାରିଣୀ ସଦସ୍ୟ ଧୀରେନ୍ ପାତ୍ର,କେଦାର ନାଥ ଦଳେଇ,ହୃଦୟ ରଞ୍ଜନ ନାୟକ, ଶେଖ୍ ଇସମାଇଲ ଦେବରାଜ ବେହେରା, ବିଶ୍ଵ ରଞ୍ଜନ ସାହୁ, ସୁଶାନ୍ତ କୁମାର ଦାଶ, , ଶ୍ରୀତମ ପଟ୍ଟନାୟକ,ଗୋବିନ୍ଦ ଚନ୍ଦ୍ର ସାହୁ, ସୁଧାଂଶୁ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହ ଆଗେଇ ନେଇଥିଲେ । କାର୍ଯ୍ୟକ୍ରମର ସଫଳତା ପାଇଁ ସମ୍ପାଦକ ସନ୍ତୋଷ କୁମାର ନାୟକ ନୟାଗଡ଼ ର ସମସ୍ତ ଔଷଧ ବିକ୍ରେତାଙ୍କ ନିକଟରେ କୃତଜ୍ଞତା ଜଣାଇ ଛନ୍ତି ଏବଂ ଆସନ୍ତା ସପ୍ତାହରେ ଏକ ମେଗା ସ୍ୱାସ୍ଥ୍ୟ ସେବା ଶିବିରର ଆୟୋଜନ କରାଯିବ ବୋଲି ସୂଚନା ଦେଇଛନ୍ତି।
