ଆଜି ଅଖଣ୍ଡ ଭାରତ ସଂକଳ୍ପ ଦିବସ
୧୪ ତାରିଖ ବୁଧବାର, ସନ୍ଧ୍ୟା ୪.୩୦ରେ ଅଖଣ୍ଡ ଭାରତ ସଂକଳ୍ପ ଦିବସ ଭଦ୍ରକ ନଗର ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ଅନୁଷ୍ଠିତ ହୋଇ ଯାଇଛି ୧୦୮ ପ୍ରଦୀପ ପ୍ରଜ୍ଵଳନ ଓ ରାଷ୍ଟ୍ରଗାନ ସହ ବିଶାଳ ତ୍ରିରଙ୍ଗା ପଦଯାତ୍ରା ଭଦ୍ରକ କଲେକ୍ଟର ଅଫିସ ସାମ୍ନାରେ ଅନୁଷ୍ଠିତ ହୋଇ ଛି ,ହିନ୍ଦୁ ଜାଗରଣ ମଞ୍ଚ ର ସଭାପତି ପ୍ରେମାନନ୍ଦ ବେହେରାଙ୍କ ତତ୍ତ୍ବ ଅନୁସାରେ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ଯ ଜିଲାପାଳଙ୍କ ଅଫିସ ସମ୍ମୁଖ ରେ ଅନୁଷ୍ଠିତ ହୋଇଯାଇଛି। ୧୦୮ ଦୀପ ପ୍ରଜ୍ବଳନ କରାଯାଇଥିଲା ବହୁ ସଂଖ୍ୟାରେ ସଂଗଠନ ର ସମସ୍ତ ସଦସ୍ଯ ଉପସ୍ଥିତ ରହି କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିଥିଲେ। ରାଷ୍ଟ୍ର ଗାନ ସହ ବିଶାଳ ତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଶ୍ରୀ ଯୁକ୍ତ ବିଭୂ ଚନ୍ଦନ ଜେନା ରାଷ୍ଟ୍ର ଗାନ କରିଥିଲେ ।ପ୍ରଶାନ୍ତ କୁମାର ସାହୁ ମାର୍ଗ ଦର୍ଶନ କରାଇଥିଲେ ।ପ୍ରଭାସ କୁମାର ସାହୁ, ଲକ୍ଷୀକାନ୍ତ ମିଶ୍ର, ସର୍ବେଶ୍ବର ମହାପାତ୍ର, ମନୋରଞ୍ଜନ ନାୟକ ସହଯୋଗ କରିଥିଲେ । ଶହ ଶହ ସଂଗଠନ ର ସଦସ୍ଯ ବିଶାଳ ତ୍ରିରଙ୍ଗା ଧରି ପଦଯାତ୍ରା କରିଥିଲେ। ଶେଷ ରେ ସଂଗଠନ ର ପ୍ରାନ୍ତ ସଂଯୋଜକ ପ୍ରେମାନନ୍ଦ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।
