ପୌରପାଳିକା ପକ୍ଷରୁ ହରଘର ତିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ।ପୁ

ପୌରପାଳିକା ପକ୍ଷରୁ ହରଘର ତିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ।ଆଜି ପୂର୍ବାହ୍ନରେ ବ୍ଲୁ ଫ୍ଲାଗ ବିଚରେ ପୁରୀ ପୌରପାଳିକା ପକ୍ଷରୁ ହରଘର ତିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପୁରୀ ପୌରପାଳିକା ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ଏହାକୁ ଉଦଘାଟନ କରିଥିଲେ।ପୌରପାଳିକା ର ସମସ୍ତ ଅଧିକାରୀ,କର୍ମଚାରୀ ଏଥିରେ ସାମିଲ ହୋଇ ହରଘର ତିରଙ୍ଗା, ବନ୍ଦେ ମାତରଂ,ଭାରତ ମାତା କି ଜୟ,ବନ୍ଦେ ମାତରଂ,ଜୟ ହିନ୍ଦ ଧ୍ୱନି ଦେଇ ସମୁଦ୍ର କୂଳ ପରିକ୍ରମା କରିଥିଲେ।ହରଘର ତିରଙ୍ଗା ର ଆନ୍ଥେମକୁ ପ୍ରଦର୍ଶନ କରାଯାଇଥିଲା।ଜାତୀୟ ପତାକା ହାତରେ ଧରି ଉପସ୍ଥିତ ପିଲା ଠାରୁ ବୟସ୍କ ପର୍ଯ୍ୟନ୍ତ ପର୍ଯ୍ୟଟକ ମଧ୍ୟ ଏଥିରେ ସାମିଲ ହୋଇଥିଲେ।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢୀ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା , ଓଡିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଦୂର୍ଗା ମାଧବ କର ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *