ସମ୍ବିଳିତ କର୍ମଯିବି ସାମ୍ବାଦିକ ସଂଘ ପକ୍ଷରୁ ପତାକା ଉତ୍ତୋଳନ
ସ୍ଥାନୀୟ ପିତାପଲ୍ଲୀସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ସମ୍ବିଳିତ କର୍ମଯିବି ସାମ୍ବାଦିକ ସଂଘ (ଓୟୁଡବ୍ଲୁଜେ) ପକ୍ଷରୁ ୭୮ ତମ ସ୍ଵାଧୀନତା ଦିବସ ପାଳନ କରାଯାଇଛି। ଏଠାରେ ସଂଘ ର ସଭାପତି ପ୍ରକାଶ ହାତୀ ପତାକା ଉତ୍ତୋଳନ କରିଥିଲେ। ଏଥିରେ ବରିଷ୍ଠ ସଦସ୍ୟ ଇଶ୍ୱର ଚନ୍ଦ୍ର ମଙ୍ଗରାଜ, ଦିଲ୍ଲୀପ ପଟ୍ଟନାୟକ, ଜୋହେବ ହକ, ଆକାଶ ବିଶ୍ୱାଳ, ମନୋରଞ୍ଜନ ସାହୁ, ଦୁର୍ଗାପ୍ରସାଦ ଷଡଙ୍ଗୀ, ସୁବ୍ରତ ରଣା, କୁତୁବଦ୍ଦିନ ଖାନ, ଜାଫର ପ୍ରମୁଖ ଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ଜାତୀୟ ସଙ୍ଗୀତ ଗାନ କରିଥିଲେ ।
