ଯୁକ୍ତ ୨ ପରୀକ୍ଷାରେ ଶତାଧିକ ମାର୍କ ରେ ଉତ୍ତୀର୍ଣ୍ଣ ହୋଇ ସୁନାମ ଆଣିଲେ
ଯୁକ୍ତ ୨ ପରୀକ୍ଷାରେ ଶତାଧିକ ମାର୍କ ରେ ଉତ୍ତୀର୍ଣ୍ଣ ହୋଇ ସୁନାମ ଆଣିଲେ ବ୍ରହ୍ମପୁର ଜୟ ପ୍ରକାଶ ନଗର ର ନାଳନ୍ଦା ଶ୍ରୀ ବିଦ୍ୟା ମନ୍ଦିର ।ବ୍ରହ୍ମପୁର :ସ୍ଥାନୀୟ ଜୟପ୍ରକାଶନଗର ୨ଲାଇନ୍ ସ୍ଥିତ “ନାଳନ୍ଦାଶ୍ରୀ ହାୟର୍ ସେକାଣ୍ତାରୀ “ସ୍କୁଲରେ ଚଳିତବର୍ଷର ବିଜ୍ଞାନ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଅନୁଷ୍ଠାନର ବିଦ୍ଯାର୍ଥୀମାନେ ଶତପ୍ରତିଶତ ସଫଳତାସହ ସମସ୍ତଛାତ୍ର‐ଛାତ୍ରୀ ପ୍ରାୟ୬୦ପ୍ରତିଶତରୁ ଅଧିକମାର୍କ ରଖି ଉତ୍ତୀର୍ଣ୍ଣହୋଇଛନ୍ତି । ଅନୁଷ୍ଠାନର ଚେୟାରମେନ୍ ତଥା ପ୍ରତିଷ୍ଠାତା କାଳିଚରଣସାହୁ କହିଛନ୍ତି ଯେ ଅନୁଷ୍ଠାନର ମୋଟ ୪୯୯ ଜଣ ପରୀକ୍ଷାର୍ଥି ପରୀକ୍ଷା ଦେଇଥିଲେ ସେଥିମଧ୍ଯରୁ A-1 ୦୯ ଜଣ ଅର୍ଥାତ୍ ୯୦ ପ୍ରତିଶତରୁ ଅଧିକମାର୍କ ଆଣି ଉଲ୍ଲେଖନୀୟ ସଫଳତା ହାସଲକରିଛନ୍ତି ।ଅନୁଷ୍ଠାନର ସମସ୍ତ ଅଧ୍ଯାପକ‐ଅଧ୍ଯାପିକାଙ୍କ ଉନ୍ନତମାନରଁ ଶିକ୍ଷା ପଦ୍ଧତି ଏବଂ ହଷ୍ଟେଲ୍ ଇନ୍ ଚାର୍ଜ ମାର୍କେଟିଙ୍ଗ୍ ଷ୍ଟାଫ୍ ଯୋଗୁଁ ଉକ୍ତ ସଫଳତା ସମ୍ଭବ ହୋଇପାରିଛି ବୋଲି ଅନୁଷ୍ଠାନର ଚେୟାରମେନ୍ କାଳିଚରଣ ସାହୁ କହିଛନ୍ତି । କଲେଜର ଡାଇରେକ୍ଟର ଉମାକାନ୍ତ ପାତ୍ର ଓ ଅଧ୍ଯକ୍ଷ ମନୋଜ୍ କୁମାର ସାହୁ ଏହି ସଫଳତାପାଇଁ ସମସ୍ତ ଛାତ୍ର‐ଛାତ୍ରୀଙ୍କୁ ଶୁଭେଛା ଜଣାଇଛନ୍ତି l
