କକରବାଡି ବିଦ୍ୟାଳୟ ପରିସରରେ ପ୍ରତିମୂର୍ତ୍ତି ଉନ୍ମୋଚନ

କକରବାଡି ବିଦ୍ୟାଳୟ ପରିସରରେ ପ୍ରତିମୂର୍ତ୍ତି ଉନ୍ମୋଚନ ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଉପାନ୍ତ ଅଞ୍ଚଳରେ ଅବସ୍ଥିତ କକରବାଡି ବିଦ୍ୟାଳୟରେ ୭୮ତମ ପବିତ୍ର ସ୍ଵାଧୀନତା ଦିବସ ପାଳନ ଅବସରରେ ଏହାର ପରିସର ଭିତରେ ମହାତ୍ମାଗାନ୍ଧୀଙ୍କ ପ୍ରତମୂର୍ତ୍ତି, ଅଶୋକ ଚକ୍ର, ଅଶୋକ ସ୍ତମ୍ଭ ଏବଂ ଭାରତମାତାଙ୍କ ମୂର୍ତ୍ତି ଉନ୍ମୋଚନ କରାଯାଇଅଛି । ବିଦ୍ୟାଳୟ ଆଲୁମିନି ସଭାପତି ଭଜରାମ ଦଳାଇଙ୍କ ସଭାପତିତ୍ଵରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟାଅତିଥି ଭାବେ ରାଇକିଆ ଗୋଷ୍ଠୀ ଶିକ୍ଷାଧିକାରୀ ହାଡିବନ୍ଧୁ ବେହେରା , ସଂମ୍ମାନିତ ଅତିଥି ଭାବେ ସହ ଗୋଷ୍ଠୀ ଶିକ୍ଷାଧିକାରୀ ସାରଥି କହଁର , ସୀମାଦ୍ରି କହଁର , ଧନେଶ୍ଵର ଖୁଣ୍ଟିଆ, ସିଆରସିସି ପ୍ରଭାସ ହୋତା , ନୀଳକଣ୍ଠ ଗଉଡ, ଅଭୟ ପ୍ରଧାନ , ପରିଚାଳନା କମିଟି ସଭାପତି ଭାଇଭର ପ୍ରଧାନ, ପ୍ରତାପ ପ୍ରଧାନ, ଅଶୋକ କୁମାର ତ୍ରିପାଠୀ, ପବିତ୍ର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ଉପାନ୍ତ ଅଞ୍ଚଳରେ ଅବସ୍ଥାନ ସତ୍ଵେ ବର୍ତ୍ତମାନ ବିଦ୍ୟାଳୟରେ ଶୈକ୍ଷିକ ତତଃ ପରିବେଶିକ ଉନ୍ନତି ସହିତ ଅତ୍ୟନ୍ତ ମନୋହର ଶିକ୍ଷା ଅନୁକୂଳ ପରିସ୍ଥିତି ପରିଲକ୍ଷିତ ହେଉଅଛି

, ଏହା ଏକ ସଫଳ ବିଦ୍ୟାଳୟ ତଥା ଅନ୍ୟ ବିଦ୍ୟାଳୟ ମାନଙ୍କର ପ୍ରେରଣା ଭାବେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ଏକ କାର୍ଯ୍ୟକାରିଣୀ ଅଂଶ ଏବଂ ଶିକ୍ଷାର ଅପହଞ୍ଚ ଇଲାକାରେ ଏତାଦୃଶ୍ୟ ଶିକ୍ଷାର୍ଥୀ ତଥା ଅଭିଭାବକ ମାନଙ୍କୁ ଶିକ୍ଷାନୁରାଗି କରିବାରେ ସହାୟକ ହେବା କଥା ଅତିଥି ମାନେ କହିଥିଲେ । କାର୍ଯ୍ୟକ୍ରମକୁ ପ୍ରଧାନଶିକ୍ଷକ ବିରେନ କୁମାର ସାହୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *