ସିପିଏମ ଜିଲ୍ଲା ଅଫିସରେ ଜାତୀୟ ପତାକା ଉତ୍ତୋଳନ
।———————————-ବ୍ରହ୍ମପୁର – ସିପିଏମ ଜିଲ୍ଲା ଅଫିସରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା ଜାତୀୟ ପତାକା ଉତ୍ତୋଳନ କରିଥିଲେ। ୭୮ ସ୍ୱାଧୀନତା ଦିବସ ପାଳନ ଅବସରରେ ଦେଶର ଏକତା, ସଂହତି, ସମ୍ବିଧାନ ଓ ଭାଇଚାରାର ଓ ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ପାଇଁ ପ୍ରତ୍ୟେକ ସଚେତନ ନାଗରିକ ଶପଥ ନେବା ପାଇଁ ଆହ୍ୱାନ ଦେଇଥିଲେ।ଏଥିରେ ପ୍ରତାପ ଚୌଧୁରୀ, ଶିବପ୍ରସାଦ ମହାପାତ୍ର, ଗୋକୁଳ ତ୍ରିପାଠୀ, ମଧୁସୂଦନ ବେହେରା, ପ୍ରଶାନ୍ତ ଶତପଥୀ, ଗୋପାଳ ପାଣିଗ୍ରାହୀ, AVS ପାତ୍ର, ନୃସିଂହ ବ୍ରହ୍ମା,ଲୋକନାଥ ଖୁଣ୍ଟିଆ, ରଂଜନ ପାତ୍ର, ଗୋପାଳ ମହାନ୍ତି, ମୋହନ ରାଓ, କିଶୋର ମିଶ୍ର ସମେତ ବହୁ ସଂଗଠନର ନେତୃବୃନ୍ଦ ଯୋଗ ଦେଇଥିଲେ।ପ୍ରାରମ୍ଭରେ ସ୍ୱାଧୀନତା ଆନ୍ଦୋଳନର ବୀର ସହିଦମାନଙ୍କୁ ସ୍ମରଣ କରି ଏକ ମିନଟ ନୀରବତା ପାଳନ କରାଯାଇଥିଲା।ଶିଳ୍ପାଞ୍ଚଳ ଓ ଆଙ୍କୁଲି କାର୍ଯ୍ୟାଳୟଠାରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରାଯାଇ ସଭାମାନ ଅନୁଷ୍ଠିତ ହୋଇଥିଲା।
