ଦାସୀ ପୋଖରୀରେ ନବ ନିର୍ମିତ ପାଚେରୀ ଭୁସୁଡ଼ିଲା

ଦାସୀ ପୋଖରୀରେ ନବ ନିର୍ମିତ ପାଚେରୀ ଭୁସୁଡ଼ିଲା ଠିକାଦାର ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା | କାମାକ୍ଷାନଗର ସହରର ଦାସୀ ପୋଖରୀଠାରେ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ନବ ନିର୍ମିତ ପାଚେରୀ ଭାଙ୍ଗି ଯାଇଥିବାରୁ ଠିକାଦାର ଓ ଯନ୍ତ୍ରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ରହିଥିବାର ସହରରେ ଏବେ ଚର୍ଚାର ବିଷୟ ହୋଇଛି l ଏହି ବିକାଶର ଏକ ନଗ୍ନ ନମୁନା ସହରର ଦାସୀ ପୋଖରୀ ରୁ ଜଣାଯାଇଛି l ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଭାବେ ଶ୍ରୀ ମଲ୍ଲିକ ରହି ଦାସୀ ପୋଖରୀ ର ହୁଡ଼ାକୁ ଏକ ଉଦ୍ୟନାରେ ପରିଣତ କରିବାକୁ ଲକ୍ଷ୍ୟ ରଖି ନିଜ ଅନୁଗତ ମାନଙ୍କୁ ଦାସୀ ପୋଖରୀ କାର୍ଯ୍ୟରେ ନିୟୋଜିତ କରିଥିଲେ l ସେଠାରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ସ୍ମୁତି ସକାଶେ ଏକ ଘର ସହିତ ଏକ ସ୍ମୁତି ସ୍ତମ୍ଭ ନିର୍ମାଣ କରିବାର କିଛି ବର୍ଷ ପରେ ତାହା ଭାଙ୍ଗି ପୁନଶ୍ଚ ଏକ ଘର ନିର୍ମାଣଧୀନ ଦୀର୍ଘ ଦିନ ଧରି ଜାରି ରହିଛି l ଏହି ଦାସୀ ପୋଖରୀ ହୁଡାରେ ଉଦ୍ୟାନ, ଖେଳନା ଟ୍ରେନ ଆଦି ପାଇଁ ପରିଷଦ ଓ ବିଧାୟକ ହାତ ପାଣ୍ଠି ମାଧ୍ୟମରେ କୋଟି କୋଟି ଟଙ୍କା ବିନିଯୋଗ କରାଯାଇଛି l ଏବେ ଏହି ପୋଖରୀ ହୁଡାରେ ନିର୍ମାଣ କରାଯାଇଥିବା ପାଚେରୀ କିଛି ମାସ ବ୍ୟବଧାନରେ ସ୍ୱାଧୀନତା ଦିବସ ଅବସରରେ ଭାଙ୍ଗି ଯାଇଛି l ପୁଣି ଏଠାରେ ଚାଲିଥିବା ଖେଳନା ଟ୍ରେନ ଗତ କିଛିଦିନ ଧରି ବନ୍ଦ ରହିଛି l ଏହି ଟ୍ରେନ ଓ ପୋଖରୀ ହୁଡାରେ ଥିବା ପାଦ ଚଲା ରାସ୍ତା ମଧ୍ୟ ଭାଙ୍ଗି ଯାଇଯାଇଛି l ନିର୍ବାଚନ ପୂର୍ବରୁ ତରବରିଆ ଭାବେ ପୂର୍ବତନ ମନ୍ତ୍ରୀ ଏହି ଟ୍ରେନ ଓ ପୋଖରୀ ହୁଡାରେ ନିର୍ମିତ ଉଦ୍ୟାନକୁ ଲୋକାର୍ପଣ କରି ନିଜର ଅଭିଳାଷ ପୂରଣ ହେଲା ବୋଲି ମତ ପ୍ରକାଶ କରିଥିଲେ l ହେଲେ ଲୋକାର୍ପଣର କିଛି ମାସ ପରେ ଏଠାରେ କୋଟି କୋଟି ଟଙ୍କା ବ୍ୟୟ ରେ ନିର୍ମାଣ କରାଯଇଥିବା ପାଦ ଚଲା ରାସ୍ତା, ପାଚେରୀ ଭାଙ୍ଗି ଯାଇଥିବା ବେଳେ ଖେଳନା ଟ୍ରେନ ବନ୍ଦ ହୋଇ ରହିଛି l ଏହି ଘଟଣା ପ୍ରଚାର ହେବା ପରେ ଠିକାଦାର ଓ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକା ରହିଥିବାର ସହର ବାସୀଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି l

Leave a Reply

Your email address will not be published. Required fields are marked *