ଉଦଳା ବ୍ଲକ ଏବଂ ଉଦଳା ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ରାଜ୍ୟ ବିଜେପି ସରକାର ଏବଂ କେନ୍ଦ୍ର ସରକାର ବିରୋଧରେ ଜନ ସଚେତନତା
ଉଦଳା ବ୍ଲକ ଏବଂ ଉଦଳା ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ଉଦଳା ବ୍ଲକ ସମ୍ମୁଖରେ ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନଙ୍କ ଅଧ୍ୟକ୍ଷତାରେ ଏକ ଜନସଚେତନ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ଉଦଳା ବ୍ଲକ ଏବଂ ବିଜ୍ଞାପିତ ଅଂଚଳ ପରିଷଦର ଆନୁମାନିକ ୭/୮ ଶହ ବୁଢ଼ା ବୁଢ଼ୀ, ବିଧବା, ଅସହାୟ ବିକଳାଙ୍ଗ ଭତ୍ତାଧିକାରୀ ମାନେ ଉପସ୍ଥିତ ହୋଇ ରାଜ୍ୟ ଏବଂ କେନ୍ଦ୍ର ସରକାର ବିରୋଧରେ ବିଭିନ୍ନ ନାରାବାଜି ଦେଇଥିଲେ । ଉକ୍ତ ସଭାରେ ମଂଚାସୀନ ଥିବା ଜିଲ୍ଲାର ବରିଷ୍ଠ ନେତା ଜିତେନ୍ଦ୍ର ମହାନ୍ତି, ପୂର୍ବତନ ନଗରପାଳ ମନୋଜ ମହାନ୍ତି, ବନମାଳୀ ବେହେରା, ଟାଉନ ସଭାପତି, ଗୋବିନ୍ଦ ଚନ୍ଦ୍ର ନାୟକ ବ୍ଲକ ସଭାପତି, ଟାଉନ କାର୍ଯ୍ୟକାରୀ ସଭାପତି ସୌଭାଗ୍ୟ କୁମାର ସାହୁ, ଏନ୍.ଏ.ସି.ର ଉପାଧ୍ୟକ୍ଷା ଲିଲି ଭୋଳ, ୧ ନଂ ଜୋନ ଜିଲ୍ଲାପରିଷଦ ସୁଶାନ୍ତି ସିଂ, ୨ନଂ ଜୋନର ଲଳିତା ବିଶୋଇ, ଅମୀୟ କୁମର ବଳ, ସୀମାନ୍ତ ତ୍ରିପାଠୀ, ପ୍ରଦୀପ ପରିଡ଼ା, ମହିଳା ନେତ୍ରୀ ବିଜୟା ବାରିକ ଏବଂ କାଉନସିଲର ଯମୁନା ମାର୍ଣ୍ଡି, ମମତା ଟୁଡୁ, ପଦ୍ମାବତୀ ଦେହୁରୀ ଏବଂ ସମସ୍ତ ନେତୃମଣ୍ଡଳୀ ଉପସ୍ଥିତ ହୋଇ ଡ଼ବଲ ଇଞ୍ଜିନ ସରକାର ଚଳିତ ବର୍ଷ ସାଧାରଣ ନିର୍ବାଚନରେ ଯେଉଁ ପ୍ରତିଶ୍ରୁତି ଲୋକମାନଙ୍କୁ ଦେଇଥିଲେ ଯଥା- ଓଡ଼ିଶାର ସମସ୍ତ ଭତ୍ତାଧିକାରୀ ମାନଙ୍କୁ ୩୦୦୦ (ତିନି ହଜାର) ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରିବା କଥା କିନ୍ତୁ ସରକାରକୁ ଆସିଲା ପରେ ଟାଳଟୁଳ ନୀତି ଅବଲମ୍ବନ କରିଥିବାର ପ୍ରକାଶ କରିଥିଲେ । ଓଡ଼ିଶା ସରକାର ଯେତେବେଳେ ବଜେଟ ଉପସ୍ଥାପନ କଲେ ଯେଉଁ ହିତାଧିକାରୀ ମାନଙ୍କର ୮୦ ବର୍ଷ ହୋଇଛି ତାଙ୍କୁ ୩୫୦୦ ଟଙ୍କା ଭତ୍ତା ପ୍ରଦାନ କରାଯିବ ଏବଂ ଯେଉଁ ବିକଳାଙ୍ଗ ମାନଙ୍କର ୮୦% ରୁ ଅଧିକ ବିକଳାଙ୍ଗ ଥିବେ ସେମାନଙ୍କୁ ୩୫୦୦ ଟଙ୍କା ଭତ୍ତା ପ୍ରଦାନ କରାଯିବ । ଚଳିତ ବର୍ଷ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଲୋକମାନଙ୍କୁ ଚଞ୍ଚକତା କରି ନିର୍ବାଚନ ବୈତରଣୀ ପାର ହେଲା ପରେ ଲୋକମାନଙ୍କର ମାନସିକ ସହିତ ଯେଉଁ ଖେଳ ଖେଳିଛନ୍ତି ତାହାକୁ ଉପସ୍ଥିତ ନେତୃମଣ୍ଡଳୀ ମାନେ ସମସ୍ତେ ଘୋର ନିନ୍ଦା କରିଥିଲେ । ଏବଂ ଆଗାମୀ ଦିନରେ ଏହି ଜନସଚେତନ କାର୍ଯ୍ୟକ୍ରମ ତଥା ଆନ୍ଦୋଳନକୁ ଆହୁରି ତିବ୍ରତର କରାଯିବ ବୋଲି ମତ ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶତୃଘ୍ନ ବିଶ୍ବାଳ, ସୁଜିତ୍ ପୋଥାଳ, ଡ଼ିକେନ୍ସ ବେହେରା, ଶଶଧର ସ୍ୱାଇଁ, ନିଳାଦ୍ରୀ ବିହାରୀ ମହାନ୍ତି, ରଜନୀକାନ୍ତ ଦାସ, ଶୈଳେନ୍ଦ୍ର କୁମାର ବିଶ୍ୱାଳ କପ୍ତିପଦା ଯୁବନେତା କରୁଣାକର ମହାପାତ୍ର, ଆଶୀଷ ଦାସ, ଭବାନୀ ଶଙ୍କର ମହାନ୍ତ, ପ।।ଗାନ ମୁର୍ମୁ, ପ୍ରତାପ ଚନ୍ଦ୍ର ବେହେରା, ଇନ୍ଦ୍ରଜିତ୍ ବେହେରା ଏବଂ ବହୁ କର୍ମୀ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
