ପ୍ରଚାର ଶେଷ ଦିନରେ ସ୍ୱାଧୀନ ପ୍ରାର୍ଥୀଙ୍କ ପ୍ରଚାର
ନିମାପଡା ପ୍ରଚାର ଶେଷ ଦିନରେ ସ୍ୱାଧୀନ ପ୍ରାର୍ଥୀ ଜୋରଦାର ପ୍ରଚାର କରିଛନ୍ତି. ସ୍ୱାଧୀନ ପ୍ରାର୍ଥୀନୀ ରୋଜାଲିନ ନାୟକ ନିଜର ପ୍ରଚାରରେ ଘରକୁ ଘର ବୁଲି ଆଶ୍ରିବାଦ ଭିକ୍ଷା କରିଛନ୍ତି . ବିଶେଷ କରି ଉଚ୍ଚ ଶିକ୍ଷିତା ରୋଜାଲିନ ଯୁବ ଭୋଟର ମାନଙ୍କ ଉପରେ ବିଶେଷ ପ୍ରଭାବ ପକାଇଛନ୍ତି. ନିମାପଡାର ସର୍ବାଙ୍ଗୀନ ଉନ୍ନତି କରିବା ଲକ୍ଷ ରଖି ସେ ନିର୍ବାଚନୀ ମଇଦାନ କୁ ଓଲ୍ହାଇଛନ୍ତି. ଫୁଲକୋବି ଜିତୁ କିମ୍ବା ହାରୁ ସେଥିରେ କିଛି ଫରକ ପଡିବ ନାହିଁ.
ଧନୀ ଗରିବ ସମସ୍ତଙ୍କ ପେଟରେ ପଡି ଭୋକ ମେଣ୍ଟାଈ ପାରିବ ବୋଲି ରୋଜାଲିନ କହିଛନ୍ତି. ସେହିପରି ସିଦ୍ଧାର୍ଥ ରାଉତରାୟ ନିମାପଡା ବ୍ଲକର ପ୍ରତେକ ପଂଚାୟତକୁ ସାଇକେଲ ଯାଇ ନିଜର ପ୍ରଚାର କରିଛନ୍ତି. ବିଜେଡି ବିଜେପିର କଡା ଟକ୍କର ଚାଲିଥିବା ବେଳେ ସିଦ୍ଧାର୍ଥ ରାଉତରାୟଙ୍କ ନିଆରା ଢଙ୍ଗରେ ପ୍ରଚାର ଭୋଟର ମାନଙ୍କୁ ଆକୃଷ୍ଟ କରିଥିବା କହିଛନ୍ତି. ବିଜେଡି ବିଜେପି ଦୁର୍ନୀତିରେ ବୁଡି ରହିଥିବା ବେଳେ କଂଗ୍ରେସ ହିଁ ବିକଳ୍ପ.ସାଇକେଲ ରେ ପ୍ରତେକ ଘରକୁ ଯାଇ ତାଙ୍କୁ ଭୋଟ ଦେବା ପାଇଁ ନିବେଦନ କରୁଛନ୍ତି. ଯଦି ସେ ନିର୍ବାଚନରେ ଜିତିବେ ତେବେ ନିମାପଡାର ସର୍ବାଙ୍ଗୀନ ଉନ୍ନତି କରିବେ ବୋଲି କହିଛନ୍ତି.
