ଜାଳିଦେଲେ ୨ଚୋରା ବାଲିବୋଝୋଇ ହାଇଓ୍ବା ,

ନିଲାମି ନହୋଇଥିବା ବାଲିଘାଟରୁ ଶହଶହ ବାଲିବୋଝୋଇ ହାଇଓ୍ବା ଚଳାଚଳରେ ଦୁର୍ଘଟଣାର ଶିକାର ଗ୍ରାମବାସୀ । ନିଲାମି ହୋଇନଥିବା ବାଲିଘାଟରୁ ବାଲିବୋଝୋଇ ହାଇଓ୍ବା ଗାଡିକୁ ପୋଡାଜଳା କରିଛନ୍ତି ଗ୍ରାମବାସୀ । ନିଲାମି ହୋଇନଥିବା ବାଲିଘାଟରୁ ବାଲିବୋଝୋଇ ହୋଇଯାଉଥିବା ବେଳେ ଏହି ଦୃଶ୍ୟ ସ୍ଥାନୀୟ ଗ୍ରାମରେ ଦେଖିବା ମିଳିଛି । ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଥାନା ତଥା ଶେରଗଡ଼ ତହସିଲ ଅନ୍ତର୍ଗତ କାଞ୍ଜିଆମା ଠାରେ ଗୁରୁବାର ଦିନ ରାତିରେ ଘଟିଛି ଘଟଣା । ସୁଚନାପ୍ରକାରେ ନିଲାମି ହୋଇନଥିବା ବାଲିଘାଟରୁ ବାଲିବୋଝୋଇ କରି ଯାଉଥିବା ହାଇଓ୍ବାଟି ସ୍ଥାନୀୟ ଜନପ୍ରତିନିଧିଙ୍କୁ ଦୁର୍ଘଟଣା ଘଟାଇ ଚମ୍ପଟ ମାରିଥିଲା ଫଳରେ ଉତ୍ଯାକ୍ତ ହୋଇ ବାଲିବୋଝୋଇ ହାଇଓ୍ବା କୁ ଜଳାପୋଡା କରିଲେ ଗ୍ରାମବାସୀ । ଅନ୍ୟ ପଟେ ଜନପ୍ରତିନିଧି ଜଣଙ୍କୁ ସ୍ଥାନୀୟ ଲୋକେ ଆହାତ ଅବସ୍ଥାରେ ଚିକିତ୍ସିତ ପାଇଁ ନେଇଥିଲେ ।ବାରମ୍ବାର ଦୁର୍ଘଟଣା ଘଟୁଥିବା ନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କାର୍ଯାନୁଷ୍ଠାନ ନାହିଁ । ଏହି ରାସ୍ତାରେ ପ୍ରତିଦିନ ଶହଶହ ହାଇଓ୍ବା ରେ ବାଲିଚାଳଣ ଯାଉଥିବା ଓ କିଛିନାକିଛି ଛୋଟ ବଡ ଦୁର୍ଘଟଣା ଘଟୁଥିବା ନେଇ ଅଭିଯୋଗ କରୁଥିବା ସ୍ଥାନୀୟ ଗ୍ରାମବାସୀ କହିଛନ୍ତି । ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ଖଣି ବିଭାଗୀୟ ଅଧିକାରୀଙ୍କୁ ବେନିୟମ ତଥା ନିଲାମ ହୋଇନଥିବା ଭେଟସିଂ ବାଲିଘାଟ ରୁ ବାଲିଉଠାଣ ବନ୍ଦ କରିବା ନେଇ ଜଣାଇଥିଲେ ମଧ୍ୟ କାର୍ଯ୍ଯାନୁଷ୍ଠାନ ଶୁନ ଥିବା ଜଣାପଡ଼ିଛି । ଯାହାକି ଆଜିର ଦୁର୍ଘଟଣା ପରେ ଏହି ଅଭାବନୀୟ ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଗୁରୁବାର ରାତିରେ ଦେଖିବା ମିଳିଛି । ଖଣି ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ତହସିଲ କାର୍ଯ୍ଯାଳୟ କବିସୂର୍ଯ୍ୟନଗର ଅଧିକାରୀଙ୍କୁ ଗ୍ରାମବାସୀ ଜଣାଇଥିଲେ ମଧ୍ୟ ବେନିୟମ ଭାବେ ପ୍ରତିଦିନ ଶହଶହ ହାଇଓ୍ବା ଓ ଟିପ୍ପରରେ ବାଲିଚୋରାଚାଳଣ ଚାଲିଛି । କାର୍ଯ୍ଯନୁଷ୍ଠାନ କୋମାର ଥିଲା ବେଳେ ବହୁ ରାଜସ୍ୱ କ୍ଷତି ସହିତ ସାଧାରଣଜନତାଙ୍କ ପାଇଁ ଆକାଶଛୁଆଁ ବାଲିଦର ହୋଇଛି । ଯାହାକି ରାସ୍ତାରେ ଛୋଟବଡ ଦୁର୍ଘଟଣା ସହିତ ଦୁଇଚକିଆ ଯାନବାହାନ ସାଧାରଣଜନତା ଭୟଭୀତ ହୋଇରହିଛନ୍ତି । ନିଲାମି ହୋଇଥିବା ବାଲିଘାଟର ଆର ଫାର୍ମକୁ ନିଲାମି ହୋଇନଥିବା ବାଲି ଘାଟରେ ବ୍ଯବହାର କରି ଉଚ୍ଚା ଦରରେ ଖାଉଟି କିଣିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ପଦକ୍ଷେପ ସହିତ ସରଜମିନ ତଦନ୍ତ ପାଇଁ ନୁଆଁ ସରକାରର ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ଉପରେ ସ୍ଥାନୀୟ ଲୋକଙ୍କ ଭରସା ଥିବା ସ୍ଥାନୀୟ ଲୋକମାନେ କହିଛନ୍ତି ।

Leave a Reply

Your email address will not be published. Required fields are marked *