ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ ଏବଂ ବିଧାୟକ କେ ଅନୀଲ କୁମାର କଂ ସାମ୍ବାଦିକ ସମ୍ମିଳନୀ

ଗଞ୍ଜାମ ଜିଲ୍ଲା ଚିକିଟି ରେ ବିଷାକ୍ତ ମଦ ପିଇବା ଯୋଗୁ ଅସୁସ୍ଥ ହୋଇଥିବା ଏବଂ ବ୍ରହ୍ମପୁର ସହରରେ ଅନ୍ତର୍ଗତ ତିନି ନମ୍ବର ୱାର୍ଡ ଏଗାର ବର୍ଷ ର ବାଳକ ସାଇରାମ଼୍ ନାଳ ରେ ଭାସି ମୃତ୍ୟୁ ଘଟଣା ଓ ସମରଝୋଳ ବସ ଦୁର୍ଘଟଣା ସମଗ୍ର ଓଡ଼ିଶା ସ୍ତବ୍ଧ କରି ଥିବା ବେଳେ ଆଜି ସ୍ଥାନୀୟ ଧର୍ମ ନଗର ସ୍ଥିତ ବିଧାୟକ ଏବଂ ସାଂସଦ କଂ କାର୍ଯ୍ୟାଳୟ ଠାରେ ଏକ୍ ସାମ୍ବାଦିକ ସମ୍ମିଳନୀ ଡାକି ରାଜନୀତି ଠାରୁ ଉର୍ଦ୍ଧ ରେ ରହି ଏହି ପରିସ୍ଥିତି ରେ ପ୍ରତିଟି ଜୀବନ ମୁଲ୍ୟବାନ ତେଣୁ ଏହାକୁ ପ୍ରାଥମିକତା ଦେଇ ସ୍ୱାସ୍ଥ୍ୟ ସେବା କୁ ଗୁରୁତ୍ଵ ଆରୋପ କରିବା ସାଂସଦ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ ତତ୍ପରତା ପ୍ରକାଶ କରିଛନ୍ତି l ନିଜେ ସାଂସଦ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ ଏବଂ ବିଧାୟକ କେ ଅନୀଲ କୁମାର,ଜିଲ୍ଲା ସଭାପତି ଡାକ୍ତର ସୁବାସ ସାହୁ ଆଜି ଏମ୍ କେ ସି ଜି ରେ ଅସୁସ୍ଥ ମାନଙ୍କୁ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି। ବେଆଇନ ମଦ କାରବାର ପାଇଁ ଗଞ୍ଜାମ ଜିଲ୍ଲା ରେ ପୂର୍ବରୁ ମଧ୍ୟ ବହୁ ପ୍ରାଣହାନୀ ଘଟିଛି ବୋଲି ସାଂସଦ ଡଃ ପାଣିଗ୍ରାହୀ କହିଥିଲେ ଏବଂ ବର୍ତ୍ତମାନ ସରକାର ବଦଳିଛି ଏବଂ ଏଥିପାଇଁ ଯେଉଁ ମାନେ ସଂଶ୍ଲିଷ୍ଟ ସେମାନଙ୍କ ବିରୋଧରେ ଉଚିତ୍ ତଦନ୍ତ ପରେ ଏହି ଦିଗ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ l ପୂର୍ବରୁ ରାଜନୀତିକ ପ୍ରୋତ୍ସାହନ କଥା କୁ ଏଡ଼ାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ତ୍ତମାନ ଏଥିପ୍ରତି ଉଦବେଗ ପ୍ରକାଶ କରୁଥିବା ରୁ ସେ ଖୁସି ବୋଲି କହିଥିଲେ l ସ୍ଥାନୀୟ ୱାର୍ଡ଼ ନଂ ଲକ୍ଷ୍ମୀ ନୃସିଂହ ସାହି ର ବାଳକ ସାଇରାମ଼୍ ପାତ୍ର କଂ ମୃତ୍ୟୁ ରେ ଅତ୍ୟନ୍ତ ଦୁଖଦାୟକ ବୋଲି କହିବା ସହ ଏବଂ ମୃତ୍ୟୁ ସାଇରାମ଼୍ ପାତ୍ର କଂ ପରିବାର କୁ ମୁଖ୍ୟ ମନ୍ତ୍ରୀ କଂ ତରଫରୁ ମିଳିଥିବା ଅନୁକମ୍ପା ରାଶି ପ୍ରଦାନ କରିଥିଲେ ଏବଂ ଦୁର୍ଘଟଣା ସ୍ଥଳ ବୁଲି ଅନୁଧ୍ୟାନ କରିବା ସହ ଉଚିତ୍ ପଦକ୍ଷେପ ନେବା ପାଇଁ କର୍ତ୍ତୁପକ୍ଷ ମାନଙ୍କୁ କହିଥିଲେ

Leave a Reply

Your email address will not be published. Required fields are marked *