ହରିଜନ ଲୋକଙ୍କୁ ପାଣି ନବା ମନା କରିବାରୁ ସରପଞ୍ଚ ଘର ଆଗରେ ହାଣ୍ଡି ମାଠିଆ ରଖି ପ୍ରତିବାଦ କଲେ ମହିଳା

ବ୍ରହ୍ମପୁର/ସାନଖେମୁଣ୍ଡି :-୦୧/୦୬ ( ଗ୍ରୀଷ୍ମ ର ରୌଦ୍ର ତାପ ପ୍ରବାହ ଜାରି ରହିଛି ଅନ୍ୟପଟେ ପାଣି ସମସ୍ୟା ଦିନକୁ ଦିନ ଜଟିଳ ପରିସ୍ଥିତି ଦେଖିବାକୁ ମିଳୁଛି।ପାଣି ମୁନ୍ଦାଏ ପାଇଁ ଗ୍ରାମାଞ୍ଚଳରେ ଡହଳ ବିକଳ ଚିତ୍ର ଦେଖିବାକୁ ମିଳିଥିବା ବେଳେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପାଳାସପୁର ଗ୍ରାମରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି।ଏବେ ମଧ୍ୟ ଗ୍ରାମାଞ୍ଚଳରେ ଛୁଆଁ ଅଛୁଆଁ ଜାତି ଭେଦଭାବ ରହିଆସିଛି ।ଯାହାକି ନଳ କୂଅ ରୁ ପାଣି ନେଉଥିବା ବେଳେ ବାରଣ କରାଯାଇଛି। ଘଟଣାରୁ ପ୍ରକାଶ ଯେ ଚୁଡ଼ଙ୍ଗପୁର ଗ୍ରାମ ପଞ୍ଚାୟତ ପାଳାସପୁର ଗ୍ରାମରେ ପାଣି ସମସ୍ୟା ନେଇ ଗ୍ରାମର ମହିଳା ମାନେ ସାନଖେମୁଣ୍ଡି ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର ଙ୍କୁ ଅଭିଯୋଗ କରିବାରୁ ତୁରନ୍ତ ଦୁଇଟି ନୂଆଁ ନଳ କୂଅ ଖନନ କରାଇଥିଲେ।ସେହି ନଳ କୂଅ ରୁ ପାଣି ଆଣିବା ପାଇଁ ହରିଜନ ଜାତିର କେତେକ ମହିଳା ଯାଇଥିବା ବେଳେ ଏହି ନଳ କୂଅ ରୁ ପାଣି ନେବାକୁ ମନା କରିବାରୁ ସରପଞ୍ଚ ଜାଗିଲୀ ସେଠୀ ଙ୍କ ଘର ଆଗରେ ହାଣ୍ଡି ମାଠିଆ ରଖି ପ୍ରତିବାଦ କରିଥିଲେ। ଆମକୁ ପାଣିଦିଅ ଯିବୁ। ଟାଇଁ ଟାଇଁ ଖରାରେ ଏଭଳି ଜିଦ୍ ରେ ଅଡି ବସିଥିଲେ।ସରପଞ୍ଚ ମହିଳାଙ୍କୁ ବୁଝା ଶୁଝା କରି ଆଜି ସନ୍ଧ୍ୟା ସୁଦ୍ଧା ସାହିରେ ନଳ କୂଅ ଖନନ କରାଇବା ପାଇଁ ପ୍ରତିଶ୍ରୁତି ଦେବା ପରେ ଘର ଆଗରୁ ଉଠିଥିଲେ। ଏନେଇ ସରପଞ୍ଚ ଯାଗିଲି ସେଠୀ ଙ୍କୁ ପଚାରିବାରୁ ସେ କହିଲେ ଗାଆଁରେ କିଛି ଲୋକ ରାଜନୀତି କରି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି।

Leave a Reply

Your email address will not be published. Required fields are marked *