ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ତାଳଚେର ଅଞ୍ଚଳ ପରିଦର୍ଶନ |

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ତାଳଚେର ଅଞ୍ଚଳ ପରିଦର୍ଶନ |# ସାଇଡିଂରୁ ଶୀଘ୍ର କୋଇଲା ଉତ୍ତୋଳନ ପାଇଁ କାର୍ଯ୍ୟ ଯୋଜନାର ସମୀକ୍ଷା କଲେ |# ତାଳଚେର କୋଇଲା କ୍ଷେତ୍ରକୁ ସଂଯୋଗ କରିବାପାଇଁ ଚାଲୁରହିଥିବା ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ସମ୍ବନ୍ଧରେ ଅବଗତ ହେବା ସହ ଖଣି ଏବଂ ଶିଳ୍ପ ସଂସ୍ଥା ଗୁଡିକ ପାଇଁ ଟ୍ରାଫିକ୍ ସୁବିଧା ଭିତ୍ତିଭୂମି ନିରୀକ୍ଷଣ କରିଛନ୍ତି |ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଆଜି ତାଳଚେର ଅଞ୍ଚଳ ପରିଦର୍ଶନ କରି ରେଳବାଇ ଭିତ୍ତିଭୂମି ବିକାଶ ଏବଂ ଟ୍ରାଫିକ ସୁବିଧା ସମେତ ତାଳଚେର ଅଞ୍ଚଳରେ ଚାଲୁଥିବା ନିର୍ମାଣ କାର୍ଯ୍ୟ ନିରୀକ୍ଷଣ କରିଛନ୍ତି l ମହାପ୍ରବନ୍ଧକଙ୍କ ଏହି ନିରୀକ୍ଷଣ ସମୟରେ ପୂର୍ବତଟ ରେଳପଥ ମୁଖ୍ୟାଳୟର ପ୍ରମୁଖ ଓ ବରିଷ୍ଠ ଅଧିକାରୀ ଏବଂ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଏଚ୍ ଏସ୍ ବଜୱା ପ୍ରମୁଖ ଯୋଗଦାନ କରିଥିଲେ l

ନିରୀକ୍ଷଣ ସମୟରେ ଶ୍ରୀ ଫୁଙ୍କୱାଲ ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷା କରିବା ସହ ଧାର୍ଯ୍ୟ ସମୟ ମଧ୍ୟରେ ପ୍ରକଳ୍ପ ସମାପ୍ତି ପାଇଁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ l ମହାପ୍ରବନ୍ଧକ ମଧ୍ୟ ତାଳଚେର ଅଞ୍ଚଳରେ ରେଳବାଇ ସାଇଡିଙ୍ଗ ନିରୀକ୍ଷଣ କରି ଉନ୍ନତ ଟ୍ରାଫିକ ଗତିବିଧି ପାଇଁ ପରାମର୍ଶ ଦେଇଛନ୍ତି l ଟ୍ରାଫିକ ସୁବିଧା କାର୍ଯ୍ୟର ସମୀକ୍ଷା କରି ମହାପ୍ରବନ୍ଧକ ଶ୍ରୀ ଫୁଂକୱାଲ ସଂପୃକ୍ତ ଅଧିକାରୀମାନଙ୍କୁ ଅସୁବିଧା ମୁକ୍ତ ଟ୍ରାଫିକ ଗତିବିଧି ପାଇଁ ଗତିଶୀଳତାକୁ ଉନ୍ନତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି lଏହା ବ୍ୟତୀତ ମହାପ୍ରବନ୍ଧକ ତାଳଚେର ଅଞ୍ଚଳର ବିଭିନ୍ନ କୋଲିଆରୀରୁ ଦେଶର ବିଭିନ୍ନ ଗନ୍ତବ୍ୟସ୍ଥଳକୁ ଶୀଘ୍ର କୋଇଲା ଉତ୍ତୋଳନ କରି ପରିବହନ ଉପରେ ଗୁରୁତ୍ୱାରୋପ କରିଥିଲେ l

Leave a Reply

Your email address will not be published. Required fields are marked *