ଅବଦୁଲ କଲାମ ଚାରିଟେବୁଲ ଟ୍ରଷ୍ଟ ଓ ଖଲିକୋଟ ଉଚ୍ଚବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର ଗୋସାଇଁ ନୂଆଗାଁ ସ୍ଥିତ ଖଲିକୋଟ ଉଚ୍ଚବିଦ୍ୟାଳୟ ପରିସରରେ ଅବଦୁଲ କଲାମ ଟ୍ରଷ୍ଟ ଅଧ୍ୟକ୍ଷ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବେହେରାଙ୍କପୌରୋହିତ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପ୍ରଧାନ ଶିକ୍ଷକ ଶ୍ରୀ ଶଶାଙ୍କ ଶେଖର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବ୍ରହ୍ମପୁର ମାନ୍ୟବର ବିଧାୟକ କେ ଅନିଲ କୁମାର ଉଦ୍ଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଶ୍ରୀ ଶନି ଖୋକର ଖଣ୍ଡିୟ ବନ ଅଧିକାରୀ, ପ୍ରଶାନ୍ତ ପରମଗୁରୁ ପ୍ରଧାନ ଶିକ୍ଷକ ଶିକୁଳା, ଡ ଶଙ୍କର ନାରାୟଣ ବେଜ, ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ହରେକୃଷ୍ଣ ପଣ୍ଡା, ସମ୍ପାଦକ ପଞ୍ଚାନନ ସୁର ଉପଦେଷ୍ଟା ଡ ପ୍ରକାଶ ଚନ୍ଦ୍ର ପାଣିଗ୍ରାହିଁ ପ୍ରମୁଖ ଯୋଗଦାନ କରିଥିଲେ। ଉପଦେଷ୍ଟା ଡ ପ୍ରକାଶ ଚନ୍ଦ୍ର ପାଣିଗ୍ରାହି ଅତିଥି ପରିଚୟ ସହ ସଂଯୋଜନା କରିଥିବାବେଳେ ଶ୍ରୀମତୀ ଶକୁନ୍ତଳା ରାଉଳ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ।ମାନ୍ୟବର ବିଧାୟକ ବୃକ୍ଷ ରୋପଣର ଶୁଭାରମ୍ଭ କରି ପରିବେଶ ସଚେତନତା ଉପରେ ସୂଚନା ପ୍ରଦାନ ପୂର୍ବକ ବିଦ୍ୟାର୍ଥୀଙ୍କୁ ଉତ୍ସାହିତ କରି ଥିବାବେଳେ ମୁଖ୍ୟ ଅତିଥି ଶନି ଖୋକର ବନ ଅଧିକାରୀ ବୃକ୍ଷ ହିଁ ଆମର ଜୀବନ ଏହାର ଅଭାବ ଘଟିଲେ ପରିବେଶ ସନ୍ତୁଳନ ହରାଏ ତେଣୁ ଆମେ ପ୍ରତ୍ୟେକେ ଏକାଧିକ ଗଛ ରୋପଣ କରିବା ଉଚିତ ବୋଲି କହିଥିଲେ। ଏହି ଅବସରରେ ବିଧାୟକ ଓ ବନ ଅଧିକାରୀ ଶନିଖୋକର ଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧନା କରାଯାଇଥିଲା। ପରେ ପରେ ଖଲିକୋଟର ବିଶିଷ୍ଠ ପରିବେଶ ପ୍ରେମୀ କ୍ରିଷ୍ଣା କୁମାରୀ ସାମନ୍ତ, ଶ୍ରୀମତୀ ପ୍ରଭାତି କୁମାରୀ ଦାଶ,କୋଚର ହେମନ୍ତ କୁମାର ମହାରଣା ପ୍ରମୁଖଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ଏହାପରେ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *