କର୍ମଚାରୀ ଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି

କର୍ମଚାରୀ ଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି
ପୁରୀ ୨/୬ ପୁରୀ ଜିଲ୍ଲା ପରିଷଦ ରେ କାର୍ଯ୍ୟରତ ସେକ୍ସନ ଅଫିସର ଲୋକନାଥ ମହାନ୍ତି ଙ୍କ ଅକାଳ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା।ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସ୍ମୃତି ଚାରଣ କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଶାସନ ରାଜୀବ କୁମାର ବେହେରା ଅଧ୍ୟକ୍ଷତା କରିଥିଲେ।ସ୍ୱର୍ଗତ ମହାନ୍ତି ରାଜସ୍ୱ ବିଭାଗର କର୍ମଚାରୀ ଥିବା ବେଳେ ଡେପୁଟେସନରେ ଜିଲ୍ଲା ପରିଷଦର ସେକ୍ସନ ଅଫିସର ଭାବେ କାର୍ଯ୍ୟ କରୁଥିଲେ।ସେ ଜଣେ ମିଷ୍ଠଭାଷୀ ଓ ସମସ୍ତ ଙ୍କ ସହ ମିଶି କାର୍ଯ୍ୟ କରୁଥିବା କର୍ମଚାରୀ ଥିଲେ।ତାଙ୍କର ବିୟୋଗ ଆମ ପାଇଁ ଓ ତାଙ୍କ ପରିବାର ପାଇଁ ବିରାଟ କ୍ଷତି ବୋଲି ସେ କହିବା ସହ ତାଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ପରେ ସମସ୍ତ ଅଧିକାରୀ ଓ କର୍ମଚାରୀ ସ୍ୱର୍ଗତ ମହାନ୍ତି ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ତାଙ୍କ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଥିଲେ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ବୈଷୟିକ ବିମଳ ଚନ୍ଦ୍ର ତିରିଆ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଅର୍ଥ ବାଣୀଭୂଷଣ ଦାଶ,ସନ୍ତୋଷ କୁମାର ବରାଳ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *