ବିଶ୍ଵ ହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ଓ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ ଦିବସ

ଆଜି ଭଗବାନ୍ ଶ୍ରୀକୃଷ୍ଣଙ୍କ ଜନ୍ମ ତିଥି ଜନ୍ମାଷ୍ଟମୀ। ବିଶ୍ଵ ହିନ୍ଦୁ ପରିଷଦ, ଭଦ୍ରକ ପକ୍ଷରୁ ବହୁ ପୁରାତନ ଗାନ୍ଧୀ ପଡ଼ିଆ ସତସଙ୍ଗ କେନ୍ଦ୍ରରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବା ସହ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ ଦିବସ ପାଳିତ ହୋଇଯାଇଛି। ମୁଖ୍ୟବକ୍ତା ଭାବେ ବିଶ୍ଵ ହିନ୍ଦୁ ପରିଷଦର ଓଡ଼ିଶା ପୂର୍ବ ପ୍ରାନ୍ତ ସତସଙ୍ଗ ପ୍ରମୁଖ ହରିହର ତ୍ରିପାଠୀ ସନାତନ ହିନ୍ଦୁ ଧର୍ମ, ସଂସ୍କୃତି, ମଠ ମନ୍ଦିର, ଗୋ ମାତା, ମାତୃଜାତି ସର୍ବୋପରି ଦେଶ ରକ୍ଷା ପାଇଁ ପ୍ରଭୁ ଶ୍ରୀକୃଷ୍ଣଙ୍କର ଜନ୍ମ ତିଥିରେ ହିଁ ବିଶ୍ଵ ହିନ୍ଦୁ ପରିଷଦର ପ୍ରତିଷ୍ଠା ହୋଇଥିଲା ଏବଂ ହିନ୍ଦୁ ସଂଗଠିତ ହୋଇ ରହିଲେ ଭାରତ ସଶକ୍ତ ହୋଇ ପାରିବ ବୋଲି କହିଥିଲେ। ଜିଲ୍ଲା ସହ ସମ୍ପାଦକ ଶିବ ଶଙ୍କର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶ୍ବ ହିନ୍ଦୁ ପରିଷଦର ପ୍ରାନ୍ତ ସହ ସତସଙ୍ଗ ପ୍ରମୁଖ ଗୋବିନ୍ଦ ଚନ୍ଦ୍ର ରାଉତ, ଜିଲ୍ଲା ସମ୍ପାଦକ ବସନ୍ତ ରାଉତ, ନଗର ସଭାପତି ସୁବାସ ମିଶ୍ର ମଞ୍ଚାସୀନ ରହିଥିଲେ।

କାର୍ଯ୍ୟକ୍ରମରେ ଜିଲ୍ଲା ଉପ ସଭାପତି ଟି. ରାଜଲକ୍ଷ୍ମୀ, ନିଧି ପ୍ରକୋଷ୍ଠ ପ୍ରମୁଖ ଶ୍ରୀକାନ୍ତ ତ୍ରିପାଠୀ, ସମ୍ପର୍କ ପ୍ରମୁଖ ବୃନ୍ଦାବନ ଜେନା, ବିଭାଗ ସମ୍ପର୍କ ପ୍ରମୁଖ ହରେକୃଷ୍ଣ ଜେନା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ତ୍ରିଲୋଚନ ନାୟକ, ବରିଷ୍ଠ ଉପଦେଷ୍ଟା ନିରଞ୍ଜନ ସାହୁ, ବିଜୟ ଭୂଷଣ ନାୟକ, କୈଳାସ ଦାସ, ଶ୍ରୀକାନ୍ତ ଲେଙ୍କା, ସ୍ଵାଧୀନ ସୁନ୍ଦର ଦାସ, ବିଜୟ ଦାଶ, ପୁନିଲ ସାମନ୍ତ, ବିମ୍ବାଧର ସେନାପତି, ରଞ୍ଜନ ମହାନ୍ତି, ପାର୍ବତୀ ମିଶ୍ର, ଜ୍ୟୋତି ପ୍ରକାଶ ସାହୁ, ଉମାକାନ୍ତ ସାହୁ, ପ୍ରଦୀପ ପୁହାଣ, ବିଭୁ ସ୍ୱାଇଁ, ସଞ୍ଜୟ ରାଉତ, ରୋହିତ ଜେନା, ଦୁର୍ଗା ଶଙ୍କର ଜେନା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଆରମ୍ଭରୁ ପୂର୍ବତନ ରାଜ୍ୟ କାର୍ଯ୍ୟାଳୟ ସମ୍ପାଦକ ବିଜୟ ସାହୁଙ୍କର ଦେହାନ୍ତରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଶେଷରେ ସଦର ସମ୍ପାଦକ ମାନସ ବାରିକ ଶାନ୍ତିପାଠ କରାଇଥିଲେ।

Leave a Reply

Your email address will not be published. Required fields are marked *