ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ମହା ସମାରୋହରେ ଜନ୍ମାଷ୍ଟମୀ ପାଳିତ
କୁନିକୁନି ପିଲାଙ୍କ ମେଳ ରେ ଭଙ୍ଗାହେଲା ଦହିହାଣ୍ଡି l ଆଜି ସାରା ଭାରତ ବର୍ଷ ରେ ମହା ଆନନ୍ଦରେ ଜନ୍ମାଷ୍ଟମୀ ପର୍ବ ପାଳନ କରାଯାଉଛି l ବିଭିନ୍ନ ମଠ, ମନ୍ଦିର ଗୁଡିକ ରେ ଏହି ଉତ୍ସବ ଆନନ୍ଦ ର ସହ ପାଳନ କରାଯାଉଥିବା ବେଳେ ଏଥିରୁ ବାଦ ପଡିନି ଶିକ୍ଷାନୁଷ୍ଠାନ ଗୁଡିକ l ଏହିପର୍ବ କାମାକ୍ଷାନଗର ସରସ୍ବତୀ ଶିଶୁ ବିଦ୍ୟମନ୍ଦିର ଠାରେ ମଧ୍ୟ ଅନେକ ଉତ୍ସାହ ର ସହ ଜନ୍ମାଷ୍ଟମୀ ପାଳନ କରଯାଇଛି l ଶିକ୍ଷାନୁଷ୍ଠାନ ର ଶତାଧିକ କୁନି କୁନି ଛାତ୍ର, ଛାତ୍ରୀ ମାନେ ରାଧାକୃଷ୍ଣ ଙ୍କ ବେଶରେ ସଜ୍ଜିତ ହୋଇ ଲଉଡ଼ିବାଡି ଖେଳିଥିଲେ l ଶ୍ରୀକୃଷ୍ଣ ଙ୍କ ଭଜନ ର ତାଳେତାଳେ ରାଧାକୃଷ୍ଣ ବେଶଧାରୀ ଛାତ୍ର, ଛାତ୍ରୀ ମାନେ ଆନନ୍ଦ ର ସହ ବିଦ୍ୟାଳୟ ପରିସରରେ ଲଉଡ଼ି ନୃତ୍ୟ ପରିବେଷଣ କରିଥିବା ବେଳେ କୃଷ୍ଣ ଙ୍କ ବେଶ ରେ ସଜ୍ଜିତ ହୋଇ ଗୋପବାଳକ ଙ୍କ ଗହଣ ରେ ଦହିହାଣ୍ଡି ଭାଙ୍ଗିଥିଲେ l ବହୁ ପୁରାତନ ଏହି ପବିତ୍ର ପର୍ବ କୁ ଆଜିର ଛାତ୍ର, ଛାତ୍ରୀ ମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବ ଆଣିବାପାଇଁ ବିଦ୍ୟାଳୟ ତରଫରୁ ଯଥେଷ୍ଟ ପ୍ରସ୍ତୁତି କରାଯାଇଥିଲା।
