ବିଷ୍ଣୁପ୍ରିୟା ସିଂହାରୀଙ୍କ ଦଶାହରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ପୁରୀ ଅଫିସ, ୨/୬-ଶ୍ରୀମନ୍ଦିର ବରିଷ୍ଠ ସିଂହାରୀ ସେବାୟତ ମଧୁସୂଦନ ସିଂହାରୀଙ୍କ ମାତା ବିଷ୍ଣୁପ୍ରିୟାଙ୍କ ଦଶାହ କାର୍ଯ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ସ୍ବର୍ଗତ ବିଷ୍ଣୁପ୍ରିୟା ଜଣେ ସଚ୍ଚୋଟ ଶାନ୍ତ ସରଳ ନିଷ୍ଠାପର ମେଳାପି ଓ ଧର୍ମପ୍ରାଣା ତଥା ସମାଜସେବୀ ମହିଳାଙ୍କ ସ୍ମୃତି ଓ କାର୍ଯ୍ୟକଳାପକୁ ମନେପକାଇ ତାଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରିଥିଲେ । ଲୋକନାଥ ରୋଡ ସ୍ଥିତ ବାରବାଟି କଲ୍ଯାଣ ମଣ୍ଡପ ଠାରେ ମାଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡିଶାର ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ସୁବାସ ଦାସ ଓ ଟିମ୍ ଭକ୍ତି ସଙ୍ଗୀତ ଗାନ କରିଥିଲେ । ଏଥିରେ ସାହିର ବ୍ଯକ୍ତିବିଶେଷ ଓ ସହର ମାନ୍ଯଗଣ୍ଯ ବ୍ଯକ୍ତି ଯୋଗ ଦେଇଥିଲେ ।

ବିଜେପିର ଓଡିଶା ପ୍ରଭାରୀ ବିଜୟପାଲ ସିଂହ ତୋମାଲ, ବିଜେପିର ଓଡିଶା ପ୍ରଭାରୀ ଉପସଭାପତି ଲତା ହୁସେନ ସିଂହ ,ବିଜେପିର ରାଜ୍ଯ ସଭାପତି ମନମୋହନ ସାମଲ, ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ବିଜେପିର ରାଜ୍ୟ ସଂଗଠକ ମାନସ ମହାନ୍ତି, ପୁରୀ ଲୋକସଭା ପ୍ରାର୍ଥୀ ଡାକ୍ତର ସମ୍ବିତ ପାତ୍ର, ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ମହାପାତ୍ର ,ଅଭିନେତ୍ରୀ ପିଙ୍କି ମହାପାତ୍ର, ସମାଜସେବୀ ମାଧବ ଖୁଣ୍ଟିଆଙ୍କ ସମେତ ବରିଷ୍ଠ ବିଜେପିର ନେତୃବୃନ୍ଦ, ସେବାୟତ, ସମାଜସେବୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲ । ପୁତ୍ର ସୀତାରାମ ସିଂହାରୀ ଓ ମଧୁସୂଦନ ସିଂହାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ତାଙ୍କର ସ୍ନେହ ଶ୍ରଦ୍ଧା ତ୍ଯାଗ, ଆଦର୍ଶ, କର୍ତ୍ତବ୍ୟନିଷ୍ଠା ପରୋପକାରିତା ଆମ ପାଇଁ ପ୍ରେରଣାର ସ୍ରୋତ ହୋଇ ରହିବ ବୋଲି ଅତିଥି ମାନେ ତାଙ୍କ ବକ୍ତବ୍ଯରେ କହିଥିଲେ । ବନ୍ଧୁ ଓ ପରିବାରବର୍ଗଙ୍କ ସମେତ ସମସ୍ତ ମାନଗଣ୍ଯ ବ୍ଯକ୍ତିବିଶେଷ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧା ସୁମନ ଅର୍ପଣ କରି ଅମର ଆତ୍ମାର ସଦଗତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣାବିନ୍ଦରେ ଅଶୁପୂର୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।।

Leave a Reply

Your email address will not be published. Required fields are marked *