ସଫଳ ଛାତ୍ରଛାତ୍ରୀଙ୍କୁ ସରସ୍ଵତୀ ବିଦ୍ୟାମନ୍ଦିର ପକ୍ଷରୁ ସମ୍ବର୍ଦ୍ଧନା

ସଫଳ ଛାତ୍ରଛାତ୍ରୀଙ୍କୁ ସରସ୍ଵତୀ ବିଦ୍ୟାମନ୍ଦିର ପକ୍ଷରୁ ସମ୍ବର୍ଦ୍ଧନା, ଉତ୍ତମ ଚରିତ୍ର ଓ ସମାଜ ସେବା କରିବାକୁ ଗୁରୁଜନଙ୍କ ପରାମର୍ଶ।କାକଟପୁର,୦୨.୦୬ – ପୁରୀ ଜିଲ୍ଲା କାକଟପୁର ରେ ଥିବା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଗତ ଦଶମ ଶ୍ରେଣୀ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ସହ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ବିଦ୍ୟାଳୟରୁ ଚଳିତ ବର୍ଷ ଦଶମ ଶ୍ରେଣୀ ରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ବେଳେ ଶତ ପ୍ରତିଶତ ପରୀକ୍ଷା ଫଳ ସହ ବିଦ୍ୟାଳୟକୁ ଏକ ବଡ ସଫଳତା ହାସଲ ହୋଇଛି। ଛାତ୍ରୀ ଶ୍ୱେତପଦ୍ମା ତ୍ରିପାଠି ୫୭୫ ନମ୍ବର ରଖି ଏ୧ ଗ୍ରେଡ ସହ କାକଟପୁର ବ୍ଳକ୍ ସହ ପୁରୀ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛି, ଏଥି ସହିତ ସାରା ରାଜ୍ୟରେ ୬ଷ୍ଠସ୍ଥାନ ହାସଲ କରି ନିଜର, ସ୍କୁଲର ଗର୍ବ ଗୌରବ ଆଣିବା ସହ ନିଜ ପରିବାର ଓ ଅଞ୍ଚଳ ପାଇଁ ମଧ୍ଯ ସମ୍ମାନ ଆଣିଛି। ଏହାକୁ ନେଇ ବିଦ୍ୟାଳୟ ପକ୍ଷରୁ ପରିଚାଳନା କମିଟି ସଦସ୍ୟ, କର୍ମକର୍ତ୍ତା ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ମହଲରେ ଖୁସି ଆଣି ଦେଇଛି। ଖୁସିର ମୁହୂର୍ତ୍ତକୁ ଦୁଇ ଗୁଣିତ କରିବାକୁ ବିଦ୍ୟାଳୟ ପକ୍ଷରୁ କୃତି ଛାତ୍ରୀଙ୍କ ସହ ୫୬୧ ନମ୍ବର୍ ରଖି ଏ୧ ଗ୍ରେଡ ହାସଲ କରିଥିବା ସତ୍ୟମ୍ ଶୁଭଦର୍ଶୀ ସାହୁ ଓ ୫୦୦ରୁ ଉର୍ଦ୍ଧ୍ବ ନମ୍ବର୍ ରଖିଥିବା ବିଦ୍ୟାଳୟର ଅନ୍ୟ ୯ଜଣ ଛାତ୍ରଛାତ୍ରୀଙ୍କୁ ମଧ୍ଯ ସମ୍ମାନିତ କରାଯାଇଥିଲା। ସେମାନଂକୁ ଫୁଲ୍ ଦେଇ ସମ୍ବର୍ଦ୍ଧିତ କରିବା ସହ ରସଗୋଲା ଖୁଆଇ ଖୁସି ମନାଇଥିଲେ। ଏହି ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି, ସମ୍ପାଦକ, ସଙ୍କୁଳ ପ୍ରମୁଖ, ପ୍ରଧାନ ଆଚାର୍ଯ୍ୟଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ଗୁରୁଜନ ମାନେ ଉପସ୍ଥିତ ରହି ପାଠ ପଢ଼ିବା ସହ ଉତ୍ତମ ଚରିତ୍ର ଓ ସମାଜ ସେବା କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

Leave a Reply

Your email address will not be published. Required fields are marked *