ପ୍ରାକ୍ତନ କାଉନସିଲରଙ୍କ ବିୟୋଗ କବିସୂର୍ଯ୍ୟନଗର

କବିସୂର୍ଯ୍ୟନଗର ୱାର୍ଡ ନଂ ୦୭ ତଥା ବକ୍ସିଜଗବନ୍ଧୁ ରୋଡର ହରିବନ୍ଧୁ ସ୍ୱାଇଁଙ୍କ୬୭ବର୍ଷରେ ହୃଦଘାତରେ ଆଜି ସକାଳେ ୦୯ଟାସମୟରେ ନିଜବାସଭବନ ରେ ଦେହତ୍ୟାଗ କରିଛନ୍ତି l ମୃତ୍ୟୁ ବେଳକୁ ଦୁଇ ପୁଅ ପ୍ରଭାତ ଓ ମୁନା, ଦୁଇ ବୋହୁ ଝରଣା ଓ ଝିଲି, ଚାରି ଭାଇ ରବୀନ୍ଦ୍ର, ଦୀନବନ୍ଧୁ, କୃପାସିନ୍ଧୁ ଓ ଗୋପବନ୍ଧୁ ସମେତ ସ୍ତ୍ରୀ ରମା କୁମାରୀ ସ୍ୱାଇଁ ଉପସ୍ଥିତ ଥିଲେ। ଚାରି ବୋହୁ ମଧ୍ୟରେ ଝୁନୁ, ସବିତା, ମାମିନି ଓ ସଂଗୀତା ମୃତ୍ୟୁ ଶଯ୍ୟା ନିକଟରେ ଥିଲେ। ବଡ଼ପୁଅ ପ୍ରଭାତ ଭୁବନେଶ୍ୱର କିଟ କଲେଜର ଡି. ଓ଼ ଥିବାବେଳେ ସାନପୁଅ ଦେବୀପ୍ରସାଦ ବର୍ତମାନ ୱାର୍ଡ ନଂ୦୭ କାଉନସିଲର ଓ଼ ମଝିଆ ଭାଇ ଦୀନବନ୍ଧୁ ସ୍ୱାଇଁ ବି ପ୍ରାକ୍ତନ କାଉନସିଲର।ସ୍ବର୍ଗତ ହରିବନ୍ଧୁ ସ୍ୱାଇଁ ଜଣେ ପ୍ରାକ୍ତନ କାଉନସିଲର ଏବଂ ସାମ୍ବାଦିକ କୃପାସିନ୍ଧୁ ସ୍ବାଇଁଙ୍କ ବଡ଼ ଭାଇ ଅଟନ୍ତି।ଗାଁ ଶ୍ଵଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା।ଅନ୍ତିମ ଯାତ୍ରାରେ ବହୁ ନେତା, କାଉନସିଲର, ବୁଦ୍ଧିଜୀବୀ, ବନ୍ଧୁବାନ୍ଧବ ସାମିଲ ହୋଇଥିଲେ l ଜଣେ ସ୍ପଷ୍ଟବାଦୀ, ସାହସୀ, ପରଉପକାରୀ, ଶିବଭକ୍ତ ଓ଼ ସମାଜସେବୀ ଥିଲେ l ତାଙ୍କ ମୃତ୍ୟୁରେ ସହରରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *