ବାଲିପଦର ଡ଼ିଗ୍ରୀ ମହାବିଦ୍ୟାଳୟଠାରେ ଜାତୀୟ କ୍ରୀଡା ଦିବସ ପାଳିତ
ନିକଟସ୍ଥ ବାଲିପଦର ଡ଼ିଗ୍ରୀ ମହାବିଦ୍ୟାଳୟଠାରେ କ୍ରୀଡା ପରିଷଦ ତରଫରୁ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଏବଂ ଯୁବ ଓ କ୍ରୀଡା ବ୍ୟାପାର ମନ୍ତ୍ରାଳୟ ନିର୍ଦେଶରେ ମହାବିଦ୍ୟାଳୟ ର ଅଧକ୍ଷ ଡ଼କ୍ଟର : ବିବେକାନନ୍ଦ ପଟ୍ଟନାୟକ ଙ୍କ ସଭାପତିତ୍ୟାରେ ଗତ 26 ଅଗଷ୍ଟ ଠାରୁ 31 ଅଗଷ୍ଟ ପଯ୍ୟନ୍ତ ସପ୍ତାହ ବ୍ୟାପି କ୍ରୀଡା କାର୍ଯ୍ୟକ୍ରମ ର ବିଭିନ୍ନ ପ୍ରତି ଯୋଗିତା ମାନ ଅନୁଷ୍ଠିତ କରିଅଇବା ଉଦେଶ୍ୟରେ ଏକା ସଭା ଅନୁଷ୍ଠିତ ହୋଇଥିଲା. ଉକ୍ତ କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଅଧକ୍ଷ ଛାତ୍ରଛାତ୍ରୀ ମାନଙ୍କୁ ଜାତୀୟ କ୍ରୀଡା ଦିବସ ପାଳନର ଉଦେଶ୍ୟ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିବା ସହ ହକି ସମ୍ରାଟ ଧ୍ୟାନଚନ୍ଦ ଙ୍କ ଜୀବନୀ ଓ ଗୁରୁତ୍ୱ ଉପରେ ଆଲୋକପତ କରିଥିଲେ.

ମହାବିଦ୍ୟାଳୟ ର କ୍ରୀଡା ପରିଷଦ ର ଉପସଭାପତି ଡ଼କ୍ଟର ଏ ଜିତେଶ ରାଓ ଦୋରା ଏବଂ କ୍ରୀଡା ଅଧ୍ୟାପକ ଶ୍ରୀ ଭଞ୍ଜ କିଶୋର ଗୌଡ଼ ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ରେ ଉତୀର୍ଣ୍ଣ ହୋଇଥିବା କ୍ରୀଡା ପ୍ରତିଯୋଗୀମାନଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ସହ ସାନମାନିତ କରାଯାଇଥିଲା. ଅନ୍ୟ ମନଙ୍କ ମଧ୍ୟରେ ମହାବିଦ୍ୟାଳୟ ର ବରିଷ୍ଠ ଅଧ୍ୟାପକ ଗୋପୀନାଥ ମହାନ୍ତି, ଅମୟ କୁମାର ସ୍ୱାଇଁ, ବରିଷ୍ଠ ଅଧ୍ୟାପିକା ଶ୍ରୀମତୀ ମୀନତି ଆଚାରୀ, ଅଧ୍ୟାପକ ପ୍ରେମାନନ୍ଦ ପ୍ରଧାନ, ଅଧ୍ୟାପିକା ଭକ୍ତଳତା ମହାପାତ୍ର,ସଲୀଳା ନାୟକ, ନ. ମୁଦୁରଜୁ ଦୋରା, ଏ ଶିବାନୀ ଆଚାର୍ୟ, ସିମାଞ୍ଚଳ ଗୌଡ଼, ନବଘନ ପ୍ରଧାନ, ନାରାୟଣ ବଡୁ, ପ୍ରଦେଶ କୁମାର ସ୍ୱାଇଁ, ଶୁଭଲସମି ଖାଡ଼ଙ୍ଗା ଓ ଆଶିଷ କୁମାର ନାୟକ ପ୍ରମୁଖ ସହଯୋଗ କରିଥିଲେ. ଶେଷରେ ଏନ.ଏସ.ଏସ ଅଧିକାରିଣୀ ଶ୍ରୀମତୀ ମୀନତି ଆଚାର୍ୟ ଧନ୍ୟବାଦ ଅର୍ପଣ କରିଥିଲେ.
