ଲେଖିବିନି ତୁମପାଇଁ ପ୍ରେମ ର କବିତା

ଲେଖିବିନି ତୁମପାଇଁ ପ୍ରେମ ର କବିତା
ପଢ଼ିବିନି ତୁମପାଇଁ ପ୍ରେମ ର ବାରତା ||

ଗାଇବିନି ତୁମପାଇଁ ପ୍ରେମ ରଚୟିତା
ରଚିବିନି ତୁମପାଇଁ ପ୍ରେମ ର ଯେ ଗାଥା ||

କହିବିନି କେଵେ ଆଉ ପ୍ରୀତି ମଧୁରତା
ସରିବନି ଯାହା ଥିଲା ଭାବପ୍ରବଣତା ||

ଆସିବିନି ଆଗପାରି ତୁମ ସପନରେ
ଶୁଣିବିନି ତୁମ ସ୍ୱର କେଵେ ଆଉ ଥରେ ||

ଭୁଲିବିନି କେଵେ ତୁମ ସ୍ନେହ ର ପରଶ
ଭାବିଦେଲେ ଭରିଯାଏ ମନରେ ହରଷ ||

Leave a Reply

Your email address will not be published. Required fields are marked *