ବ୍ୟାସନଗର ପୌର କାର୍ଯ୍ୟାଳୟରେ ପୌର ପ୍ରଶାସନ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ

ବ୍ୟାସନଗର ପୌର କାର୍ଯ୍ୟାଳୟରେ ପୌର ପ୍ରଶାସନ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି l ପୌର ନିର୍ବାହୀ ଅଧିକାରିଣୀ ନର୍ମଦା ମୋଦିଙ୍କ ନେତୃତ୍ୱରେ ଆୟୋଜିତ ସ୍ୱାୟତ୍ତ ଶାସନ ଦିବସ କାର୍ଯ୍ୟକ୍ରମରେ ପୌରା ଅଧ୍ୟକ୍ଷା ସଂଗୀତା ପିଙ୍ଗୁଆ ଓ ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ବଳ ଅତିଥିଭାବେ ଯୋଗଦେଇ ସ୍ୱାୟତ୍ତ ଶାସନ ଦିବସ ଉପରେ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମରେ ପୌର ପରିଷଦ ଅଞ୍ଚଳର ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀ ଯୋଗଦେଇଥିଲେ l ଏହି ଅବସରରେ ସହରକୁ କିଭଳି ସ୍ୱଛତା ରଖାଯିବ ଓ ପଲିଥିନ ମୁକ୍ତ କରାଯିବ ଉପସ୍ଥିତ ଅତିଥି ମାନେ ଶପଥ ନେଇଥିଲେ l ପରିଶେଷରେ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ପୌର ପରିଷଦ ପକ୍ଷରୁ ମିଷ୍ଟାନ ବଣ୍ଟନ କରାଯାଇଥିଲା l

Leave a Reply

Your email address will not be published. Required fields are marked *