ପୁରୀ ପୋଲିସ ପକ୍ଷରୁ ବ୍ୟାପକ ରାତ୍ରିକାଳୀନ ନାକା ଚେକିଂ ଓ ଯାନବାହନ ଯାଞ୍ଚ
ପ୍ରେସ ବିଜ୍ଞପ୍ତି
ପୁରୀ ପୋଲିସ ପକ୍ଷରୁ ବ୍ୟାପକ ରାତ୍ରିକାଳୀନ ନାକା ଚେକିଂ ଓ ଯାନବାହନ ଯାଞ୍ଚ
ପୁରୀ, ୦୨.୧୧.୨୦୨୬
ପୁରୀ ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଗତ ୦୧/୦୨.୧୧.୨୦୨୬ ରାତ୍ରିରେ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ରାତ୍ରିକାଳୀନ ନାକା ଚେକିଂ ଓ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ କରାଯାଇଥିଲା।
ଏହି ଅଭିଯାନରେ ସନ୍ଦିଗ୍ଧ ବ୍ୟକ୍ତି ଓ ଅପରାଧୀମାନଙ୍କ ଯାଞ୍ଚ କରାଯିବା ସହ ବହୁ ସଂଖ୍ୟକ ଯାନବାହନ ଯାଞ୍ଚ କରାଯାଇଥିଲା। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଗାଡ଼ି ଚାଳକଙ୍କ ବିରୋଧରେ ଚାଲାଣ କାଟି ଜରିମାନା ଆଦାୟ କରାଯାଇଥିଲା।

ଯାଞ୍ଚର ଫଳାଫଳ (୦୧/୦୨.୧୧.୨୦୨୬):
🚔 ମୋଟ ୧୩୮ଟି ଚାଲାଣ କାଟାଯାଇଛି।
💰 ମୋଟ ୧,୩୨,୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି।
ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ, ବେଆଇନ କାର୍ଯ୍ୟକଳାପ ରୋକିବା, ଆଇନଶୃଙ୍ଖଳା ବଜାୟ ରଖିବା ଓ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ପୁରୀ ପୋଲିସ ପକ୍ଷରୁ ଏଭଳି ଯାଞ୍ଚ ଅଭିଯାନ ଆଗକୁ ମଧ୍ୟ ଜାରି ରହିବ।
ଆଇନ ମାନନ୍ତୁ, ସୁରକ୍ଷିତ ରୁହନ୍ତୁ।
ପୁରୀ ପୋଲିସ୍
