ସ୍ଵର୍ଗତ କାର୍ତ୍ତିକ ଦାସ ଙ୍କ ଉଦ୍ଦେଶ୍ୟ ରେ ଦିବାରାତ୍ରି ଭଲିବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି
ବସ୍ତା ବ୍ଳକ୍ ଅନ୍ତର୍ଗତ ତାଡ୍ଦା ପଞ୍ଚାୟତର ମମତାପାଳ ଠାରେ ମହିମା ଧର୍ମ ର ପ୍ରଚାରକ ସ୍ଵର୍ଗତ କାର୍ତ୍ତିକ ଦାସ ଙ୍କ ଉଦ୍ଦେଶ୍ୟ ରେ ଦିବାରାତ୍ରି ଭଲିବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟଅତିଥି ଭାବେ ତାଡ୍ଦା ପଞ୍ଚାୟତ ର ସମିତି ସଭ୍ୟ ର ପ୍ରତିନିଧି ଗୋପକାହ୍ନୁ ଦଣ୍ଡପାଟ, ସଭାପତିତ୍ବ କରିଥିଲେ ସୁଦର୍ଶନ ପାଳ, ଭାନୁ ଚରଣ ପାଳ, ବିରେନ ବେହେରା, କଳ୍ପତରୁ ସାମନ୍ତ ତଥା ସମସ୍ତ ମମତାପାଳ ଗ୍ରାମବାସୀ ବୃନ୍ଦ ସହଯୋଗ କରିଥିଲେ।ଏହି ପ୍ରତିଯୋଗିତା ରେ ଆଠଟି ଟିମ୍ ଭାଗନେଇଥିଲେ। ସେଥି ମଧ୍ୟରୁ ମୟୂରଭଞ୍ଜ ଟିମ୍ ଚମ୍ପିୟାନ ହୋଇଥିବାବେଳେ ବାଲେଶ୍ଵର ଟିମ୍ ରନର୍ସ ହେଇଥିଲା ।
