ଭୋଟ ଦେଲେ ସ୍ୱାଧୀନ ପ୍ରାର୍ଥୀନୀ ରୋଜଲିନି
ଭୋଟ ଦେଲେ ସ୍ୱାଧୀନ ପ୍ରାର୍ଥୀନୀ ରୋଜଲିନି. ନିମାପଡା ରାଜ୍ୟର ସବୁଠୁ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀରେ ସରିଛି ମତଦାନ.ସମୁଦାୟ ଦୁଇ ଲକ୍ଷ 47 ହଜାର 553 ଜଣ ଭୋଟର 13 ଜଣ ପ୍ରାର୍ଥୀ ଙ୍କ ଭାଗ୍ୟ ନିର୍ଧାରଣ କରିଛନ୍ତି. ଗତ ୩ମାସ ହେଲା ଚାଲିଥିବା ନାଟକ କେଉଁ ଦଳରୁ କିଏ ଟିକେଟ ପାଇବ, କିଏ ଉପଯୁକ୍ତ ପ୍ରାର୍ଥୀ ହେବ ସବୁର ପରିସମାପ୍ତି ଘଟିଛି।ଏବେ ସାଧାରଣ ଜନତା ନିର୍ଦ୍ଧାରଣ କରିବେ ନିରପେକ୍ଷ, ସ୍ୱଚ୍ଛ, ନିର୍ଭୀକ, ଦରଦୀ ନେତା ଟିଏ । ସୁବିଧା ଅସୁବିଧା ସମୟରେ ଯିଏ ତାଙ୍କ ପାଖରେ ଠିଆ ହୋଇ ପାରୁଥିବ, ଲୋକଙ୍କ ସମସ୍ୟା ଠିକଭାବେ ବୁଝି ପାରୁଥିବ, ସେହିଭଳି ନେତା ଚୟନ କରିବେ ଜନତା। ଦୁଇ ପ୍ରମୁଖ ଦଳ ବିଜେଡ଼ି ବିଜେପି ବ୍ୟତୀତ ସ୍ୱାଧୀନ ପ୍ରାର୍ଥୀ ରୋଜାଲିନ ନାୟକ ମଧ୍ୟ ରେସ ଭିତରେ ଏଣ୍ଟ୍ରି କରି ଭଲ ସ୍ଥିତିରେ ରହିଥିବା ଚର୍ଚ୍ଚା ହେଉଛି। ରୋଜାଲିନ ମଧ୍ୟ ମୁଖ୍ୟ ଦାବିଦାର ଅଛନ୍ତି ବୋଲି କହିଛନ୍ତି। ରୋଜାଲିନ ନିଜ ସମର୍ଥକ ମାନଙ୍କ ସହ ଆସି ତଳଅଣ୍ଡିଆ ମତଦାନ କେନ୍ଦ୍ରରେ ପହଁଚି ନିଜର ଅଧିକାର ସାବ୍ୟସ୍ତ କରିଛନ୍ତି. ରୋଜାଲିନ ନୂଆ ଚେହେରା ହୋଇଥିଲେ ମଧ୍ୟ ଖୁବ କମ ଦିନ ମଧ୍ୟରେ ଲୋକଙ୍କ ପାଖରେ ପହଁଚି ପାରିଛନ୍ତି..ସିଂହାସନ ଆରୋହଣ କିଏ କରିବେ ତାହା ଆଜି ଜନତା ଚୟନ କରିଥିବା ବେଳେ ଆସନ୍ତା ୪ତାରିଖରେ ଅଭିଷେକ କରିବେ। ଜନତା ଏବେ ବହୁତ ସଚେତନ ହୋଇଗଲେଣି। ଦଳ ମତ ନିର୍ବିଶେଷରେ ନିମାପଡ଼ା ଆସନ ପାଇଁ ନିର୍ବାଚନମଣ୍ଡଳୀ ବାସୀ ନିଶ୍ଚିତ ଭଲ ପ୍ରାର୍ଥୀ ଟିଏ ନିର୍ଦ୍ଧାରଣ କରିବେ ବୋଲି ରୋଜାଲିନୀ କହିଛନ୍ତି.
