ଜୀବନ ନେବାକୁ ଚାହିଁ ବସିଛି ଡ୍ରେନ ସ୍ଲାବ

ନିମାପଡା ( )ଜୀବନ ନେବାକୁ ଚାହିଁ ବସିଛି ଡ୍ରେନ ସ୍ଲାବ।ନିର୍ମାଣକୁ ଦୁଇ ମାସ ଯାଇନି. ଭାଙ୍ଗି ଗଳି ପଡିଲାଣି . ଲକ୍ଷାଧିକ ଟଙ୍କା ପାଣିରେ.ଏ ଦୃଶ୍ୟ ଏ କଥା ବୟାନ କରୁଛି. ନିମାପଡା ଏନସି ଅନ୍ତର୍ଗତ ମହାବୀର କଲୋନୀରେ ନିର୍ମାଣ କରାଯାଇଥିବା ଡ୍ରେନ ସ୍ଲାବର ଏ ଦୃଶ୍ୟ. ସୂଚନା ଅନୁଯାଇ ନିମାପଡା ପୂର୍ତ୍ତ ବିଭାଗ ପକ୍ଷରୁ ଏହି ନିର୍ମାଣ କରା ଯାଉଛି. ଲକ୍ଷାଧିକ ଟଙ୍କା ବ୍ୟୟରେ ଏହାର ନିର୍ମାଣ କରାଯାଉଥିବା ବେଳେ ଟଙ୍କାର ପରିମାଣ ଜନସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକ ମଧ୍ୟ ମରା ଯାଉନାହିଁ। ତେବେ ସବୁଠାରୁ ବଡ଼ କଥା ଏତେ ମଜବୁତ ଏହାର ନିର୍ମାଣ କାର୍ଯ୍ୟ କରା ଯାଇଛି ଯେ ଦୁଇ ମାସେ ଯାଇନି ଭାଙ୍ଗି ଗଳି ପଡ଼ିଲାଣି। ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଏ ଡ୍ରେନ ଉପରେ ସ୍ଲାବ ଭାଙ୍ଗି ଗଳି ପଡ଼ୁ ଥିବାରୁ କେତେବେଳେ ଲୋକଙ୍କ ପ୍ରାଣ ଚାଲିଯିବ । ଏହି ରାସ୍ତାଟି ମୁଖ୍ୟ ରାସ୍ତା ହୋଇ ଥିବାରୁ ପ୍ରତେକ ଦିନ ଶହ ଶହ ଲୋକ ଯାତାୟାତ କରୁଛନ୍ତି।

ଟିକେ ଅସାବଧାନତା ହେଲେ ଡ୍ରେନ ଭିତରେ ଗଳି ପଡି ଯିବାର ସମ୍ଭାବନା ରହୁଛି। ତେବେ ଏଠି ପ୍ରଶ୍ନ ଉଠୁଛି ତଦାରଖ କରୁଥିବା ଯନ୍ତ୍ରୀଙ୍କ ଭାଗ ମାପରେ ଏହି କାର୍ଯ୍ୟ ହୋଇଛି ନା ଠିକାଦାର ତା ମନମୁଖୀ କାର୍ଯ୍ୟ କରିଛି। ନା ଠିକାଦାର ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକାରେ ଏହି କାର୍ଯ୍ୟ ହୋଇଛି. ସରକାର କା ମାଲ ଦରିଆ ମେଁ ଡାଲ ନୀତିରେ ରାଜ କୋଷରୁ ଲକ୍ଷାଧିକ ଟଙ୍କା ବ୍ୟୟ କରାଗଲା ହେଲେ ଠିକାଦାର ର ଠ କାମ କରି ମାଲେ ମାଲ.ପୁରୀ ଜିଲ୍ଲାପାଳ. ଜିଲ୍ଲା ପୂର୍ତ୍ତ ବିଭାଗ ଅଧିକାରୀ ଏହାର ତଦନ୍ତ କରିବା ସହ ମୁକୁଳା ଡ୍ରେନ କିପରି ବନ୍ଦ ହେବ ସେ ନେଇ ପଦକ୍ଷେପ ନେବାକୁ ସ୍ଥାନୀୟ ବାସିନ୍ଦା ଦାବୀ କରିଛନ୍ତି.

Leave a Reply

Your email address will not be published. Required fields are marked *