ନିମାପଡା ନିର୍ବାଚନ ପ୍ରସ୍ତୁତି
ଆସନ୍ତା କାଲି ନିମାପଡା ନିର୍ବାଚନ ମଣ୍ଡଳୀ ରେ ହେବ ମତଦାନ ହେବ.ସକାଳ ୭ ଘଟିକା ରୁ ସଂଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଭୋଟର ମାନେ ସେମାନଙ୍କ ନିର୍ଦ୍ଧାରିତ ବୁଥ ରେ ମତଦାନ କରିବେ। ନିମାପଡା ନିର୍ବାଚନ ମଣ୍ଡଳୀରେ ୨୮୦ଟି ବୁଥ ରେ ମତଦାନ କରିବେ।ମତଦାତା। ନିମାପଡା ରେ ୩୮ ଲେଖାଏଁ ସଖି ବୁଥ, ରହିଛି, ଯେଉଁ ବୁଥ ରେ ମହିଳା ମାନେ ବୁଥ ଗୁଡିକୁ ପରିଚାଳନା କରିବେ ।ଆସନ୍ତୁ ନଜର ପକାଇବା ନିମାପଡା ନିର୍ବାଚନ ପ୍ରସ୍ତୁତି ଉପରେ. ନିମାପଡା ନିର୍ବାଚନ ମଣ୍ଡଳୀର ଦୁଇ ଲକ୍ଷ 47 ହଜାର 553 ଜଣ ଭୋଟର 13 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଧାରଣ କରିବେ. ସେଥି ମଧ୍ୟରୁ ପୁରୁଷ ଭୋଟର ସଂଖ୍ୟା ଲକ୍ଷେ 26 ହଜାର 698 ପୁରୁଷଭୋଟର ଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ଲକ୍ଷେ 20 ହଜାର 847.ବୁଥ ଲେବୁଲ ଅଫିସର ଆସନ୍ତା କାଲିର ମତଦାନ ପାଇଁ ସମସ୍ତ ବୁଥର ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି. ସକାଳ 7 ଟା ରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ଚାଲିବ. ସମୁଦାୟ 280 ଟି ବୁଥ କରାଯାଇଥିବା ବେଳେ 38 ଲେଖାଏଁ ସଖି ବୁଥ ରହିଛି ଯେଉଁଥିରେ କି ସମସ୍ତ ମହିଳା ଅଧିକାରୀ ନିର୍ବାଚନ ପରିଚାଳନା କରିବେ. ସେହିପରି ନିମାପଡ଼ା ର ୨୮୦ଟି ବୁଥ ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇ ଥିବା ବେଳେ ନିମାପଡ଼ା ନିର୍ବାଚନ ପରିଚାଳନା ପାଇଁ ଜଣେ ଅତିରିକ୍ତ ଏସ୍ପି, ୩ ଜଣ ଡିଏସପି ଙ୍କ ସମେତ ପୋଲିସ ଅଧିକାରୀ କନେଷ୍ଟବଳ ହୋମଗାର୍ଡ ସୁରକ୍ଷା ବ୍ୟବସ୍ଥାରେ ମୁତୟନ ଅଛନ୍ତି. ତେବେ ନିମାପଡା ଭୋଟର ଉପଯୁକ୍ତ ପ୍ରାର୍ଥୀ ଚୟନ କରିବେ ବୋଲି ଯୁବ ଭୋଟର କହିଛନ୍ତି.
