ନାଇଜରର ୧୩ତମ ସ୍ନାତକ ଉତ୍ସବ ଅନୁଷ୍ଠିତ
/-ଭୁବନେଶ୍ବର: ୯.୭.୨୦୨୪: ପୂର୍ବ ଭାରତର ପ୍ରମୁଖ ବିଜ୍ଞାନ ଶିକ୍ଷାନୁଷ୍ଠାନ ନାଇଜରର ୧୩ତମ ସ୍ନାତକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ଯ ଅତିଥି ଭାବେ ଯୋଗଦେଇ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କହିଲେଯେ ବିଜ୍ଞାନ ମାନବ କଲ୍ଯାଣ ପାଇଁ ଉତ୍ସର୍ଗୀକୃତ ହେଉ। ଅଳ୍ପ ଦିନର ଅନୁଷ୍ଠାନ ହୋଇବି ନାଇଜର ଯେପରି ସଫଳତା ଅର୍ଜନ କରିଛି ତାହା ପ୍ରଶଂସନୀୟ।

ନାଇଜରରେ ମେଡିକାଲ୍ ସାଇକ୍ଲୋଟ୍ରନର ସ୍ଥାପନା ପୂର୍ବାଂଚଳବାସୀକଂ ପାଇଁ ବରଦାନ ସଦୃଶ ଯାହା ଆଗମୀ ଦିନରେ କ୍ଯାନସର ରୋଗୀକୁଂ ସୁଫଳ ଦେବ। ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଓଡିଶାର ରାଜ୍ଯପାଳ କହିଲେ ଯେ ଆଜି ଭାରତ ଯେପରି ବିଜ୍ଞାନ ଓ ପ୍ରୌଦଗିକି କ୍ଷେତ୍ରରେ ଅଗ୍ରଗତି କରିଛି ତାହା କେବଳ ସମ୍ଭବ ହୋଇଛି ଭାରତୀୟ ଗବେଷଣାରତ ବୈଜ୍ଞାନିକ ମାନକଂ ପାଇଁ। ଏହି ସ୍ରୋତରେ ସାମିଲ ହେବାପାଇଁ ଯୁବ ବୈଜ୍ଞାନିକ ମାନକୁଂ ଆହ୍ବାନ ଦେଇଥିଲେ।ଅନ୍ଯତମ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଓଡିଶାର ନବ ନିର୍ବାଚିତ ମୁଖ୍ଯମନ୍ତ୍ରୀ ମୋହନ ଚରଣମାଝି କହିଲେ ଯେ ଓଡିଶାରେ ପ୍ରତିଷ୍ଠିତ ଆନ୍ତର୍ଜାତୀୟ ସ୍ତରର ଏହି ପ୍ରମୁଖ ବିଜ୍ଞାନ ପ୍ରତିଷ୍ଠାନକୁ ଥିବା ରାଜ୍ଯ ସରକାରକଂ ସହଯୋଗ ଅତୁଟ ରହିବ।ଏହି ଉତ୍ସବରେ ଅଧ୍ଯକ୍ଷତା କରଥିଲେ ଭାରତ ସରକାରକଂ ପରମାଣୁ ଉର୍ଜା ବିଭାଗର ସଚିବ ତଥା ନାଇଜର ପରିଚାଳନା କମିଟିର ଅଧ୍ଯକ୍ଷ ପ୍ରଫେସର ଅଜିତ୍ ମହାନ୍ତି ଏବଂ ସ୍ବାଗତ ଭାଷଣ ଦେଇଥିଲେ ନାଇଜରର ନିର୍ଦ୍ଦେଶକ ପ୍ରଫେସର ହିରେନ୍ଦ୍ର ନାଥ ଘୋଷ।ଏହି ବର୍ଣ୍ଣାଢ୍ଯ ଉତ୍ସବରେ ମୁଖ୍ଯ ଅତିଥି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ବିଭିନ୍ନ ବିଭାଗରେ ପାରଦର୍ଶିତା ଦେଖେଇଥିବା ୧୧ଜଣ ଛାତ୍ର ଛାତ୍ରୀକୁ ସ୍ବର୍ଣ୍ଣ ଏବଂ ରୌପ୍ଯ ପଦକ ପ୍ରଦାନ କରିଥିଲେ। ସବୁ ବିଭାଗରେ ପାରଦର୍ଶିତା ପ୍ରଦର୍ଶନ କରିଥିବା ଶ୍ରୀମାନ୍ ପ୍ରଣୟ ମହାନ୍ତିକୁଂ ସର୍ବୋଚ ସ୍ବର୍ଣ୍ଣପଦକ ପ୍ରଦାନ କରାଯାଇଥିଲା। କାର୍ଯ୍ଯକ୍ରମକୁ ପରିଚାଳନା କରିଥିଲେ ନାଇଜରର କୁଳ ସଚିବ ଡ. ଅଭୟ କୁମାର ନାୟକ, ଡ. ପ୍ରଣୟ ସ୍ବାଇଁ ଓ ଡ. ଦେବସ୍ମୀତା ଆଲୋନେ।
