ରାଜ୍ୟସ୍ତରୀୟ ଆନ୍ତଃ ବିଶ୍ୱ ବିଦ୍ୟାଳୟ ସେବା ଶିବିର ଉଦଯାପିତ
, ରଥଯାତ୍ରା ଉପଲକ୍ଷେ ରାଜ୍ୟ ସ୍ତରୀୟ ଆନ୍ତଃ ବିଶ୍ୱ ବିଦ୍ୟାଳୟ ଜାତୀୟ ସେବା ଯୋଜନା ଶିବିର କେନ୍ଦ୍ରୀୟ ସଂସ୍କୃତ , ସଦାଶିବ ପରିସରପୁରୀ ଠାରେ ଉଦଯାପିତ ହୋଇଯାଇଅଛି l ଏଥିରେ 200ରୁ ଅଧିକ ସ୍ବେଛାସେବୀ ଓ ସେବା ଯୋଜନା ଅଧିକାରୀ ଯୋଗଦେଇଥିଲେ l ଯାତ୍ରୀ ମାନଙ୍କୁ ଜଳ, ଦହି ସର୍ବତ ବଣ୍ଟନ, ଗମନା ଗମନରେ ସହାୟତା, ରାସ୍ତା ସଫେଇ ଆମ୍ବୁଲାନ୍ସ ସେବା ଇତ୍ୟାଦି ସେବା ମୂଳକ କାର୍ଯ୍ୟକ୍ରମ କରାଯାଇଥିଲା lରାଜ୍ୟ ର 16 ଗୋଟି ବିଶ୍ୱବିଦ୍ୟାଳୟ ସେବକ ସେବିକା ମାନେ ଭାଗନେଇ ଥିଲେ l ଶ୍ରୀ ଜଗନ୍ନାଥ ସଂସ୍କୃତ ବିଭାଗରN.S.S ବିଭାଗ ଏହାକୁ ପରିଚାଳନା କରିଥିଲେ l ଉଦଯାପନୀ ଉତ୍ସବରେ କାର୍ଯ୍ୟକ୍ରମ ସଂଯୋଜକ ପ୍ରାଧ୍ୟାପକ ପୂର୍ଣ୍ଣ ଚନ୍ଦ୍ରପାଢ଼ୀ ଅଧ୍ୟକ୍ଷତା କରିଥିଲେ l

ମୁଖ୍ୟ ଅତିଥି ରୂପେ ବିଶ୍ୱ ହିନ୍ଦୁ ପରିଷଦ ର ଜିଲ୍ଲା ସଭାପତି ରାଜେଶ କୁମାର ମହାନ୍ତି, ମୁଖ୍ୟ ବକ୍ତା ରୂପେ ସଦାଶିବର ନିର୍ଦ୍ଦେଶକ ପ୍ରଫେସର ବନମାଳୀ ବିଶ୍ୱାଳ , ସମ୍ମାନିତ ଅତିଥି ରୂପେ ପ୍ରଫେସର ସୁଶାନ୍ତ କୁମାର ରାଜ, ପ୍ରଫେସର ବିଜୟ ପାଲ କଚ୍ଛବାହା, ଯୋଗ ଦେଇଥିଲେ ଏହି କାର୍ଯ୍ୟକ୍ରମ କୁ ସେବା ଯୋଜନା ଅଧିକାରୀ ଡ଼. ବଳରାମ ଦାଶ ଗୋଲକ ପଲେଇ, ବିଶ୍ୱନାଥ ମିଶ୍ର, ଚନ୍ଦନ ମିଶ୍ର ଓ ସ୍ବେଛାସେବୀ ମାନେ ପରିଚାଳନା କରିଥିଲେ l ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସ୍ବେଛାସେବୀ ମାନଙ୍କୁ ସମ୍ମାନିତ ଓ certificate ପ୍ରଦାନ କରାଯାଇଥିଲା l ଉଦ୍ଘାଟନି ଉତ୍ସବ ରେ ସେବା ଯୋଜନl ଆଞ୍ଚଳିକ ନିର୍ଦେଶିକା ସରିତା ପଟେଲ ମୁଖ୍ୟ ଅତିଥି,ଜଗନ୍ନାଥ ବିଶ୍ୱବିଦ୍ୟାଳୟର କୁଳପତି ମୁଖ୍ୟ ବକ୍ତା, ଉଚ୍ଚ ଶିକ୍ଷା ସଚିବ SLO ରମେଶ ଚନ୍ଦ୍ରବେହେରା ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ l
