ଅବହେଳିତ ଅବସ୍ଥାରେ ଶାଳଜଙ୍ଗା ଆଦିବାସୀ ବସ୍ତି
ରାଜ୍ୟ ସରକାର ସାଧାରଣ ଜନତାଙ୍କ ପାଇଁ ବିଭିନ୍ନ ଯୋଜନା ତିଆରି କରିବା ସହ ଏହାର ସ୍ବଚ୍ଛତା ପାଇଁ ୫ଟି କୁ ଦାୟିତ୍ଵ ଦେଇଛନ୍ତି । ହେଲେ କେଉଁଠି ସରକାରୀ ବାବୁ ମାନଙ୍କ ଉଦାସୀନତା ତ ଆଉ କେଉଁଠି ରାଜନୈତିକ ଚାପ ଭଳି ଅନେକ କାରଣ ପାଇଁ ବହୁ ଆଖିଦୃଶିଆ ସମସ୍ୟାର ସମାଧାନ ହେବାରେ ସରକାର ପଛାଉଛନ୍ତି । ଏପଟେ ଆଦିବାସୀ ତଥା ଦଳିତ ସମ୍ପ୍ରଦାୟର ବିକାଶ ପାଇଁ ସରକାର ଦରଦ ଦେଖାଉଥିବା ବେଳେ କେତେକ ଯାଗାରେ ଏହା ଧର୍ମକୁ ଆଖି ଠାର ବୋଲି ମନେ ହୁଏ । ଏହି ଭଳି ଅବହେଳିତ ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ଶାଳିଜଙ୍ଗା ସ୍ଥିତ ଆଦିବାସୀ ବସ୍ତିରେ । ନା ଅଛି ପିଇବା ପାଣିର ବ୍ୟବସ୍ଥା ନା ଆଲୋକିକରଣର ବ୍ୟବସ୍ଥା । ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡେ ଠାରୁ ବିଭିନ୍ନ ମୌଳିକ ଅସୁବିଧାରେ ଏହି ବସ୍ତି ବାସିନ୍ଦା । ୩୦ ପରିବାର ବିଶିଷ୍ଟ ଏହି ବସ୍ତି ନାଉଗାଁ ବ୍ଲକ୍ ପ୍ରଶାସନ ଦ୍ବାରା ଅବହେଳିତ ବୋଲି ସେଠିକାର ବାସିନ୍ଦା ଦୁଃଖର ସହ ପ୍ରକାଶ କରିଛନ୍ତି ।

୨୦୧୮ ମସିହାରେ ନାଉଗାଁ ତହସିଲ ତରଫରୁ ଭୂମିହୀନ ଭାବରେ ବସୁନ୍ଧରା ଯୋଜନାରେ ଉକ୍ତ ବସ୍ତି ବାସିନ୍ଦାଙ୍କ ନାମ ଘୋଷଣା କରାଯାଇଥିଲେ ମଧ୍ୟ ନାଉଗାଁ ତହସିଲର ବେପରୁଆ କାର୍ଯ୍ୟଶୈଳୀ ପାଇଁ ଆଜି ପର୍ଯ୍ୟନ୍ତ ଜମି ଚିହ୍ନଟ ହୋଇ ପାରିନାହିଁ ବୋଲି ଲାଡେନ ସିଂ କହିଛନ୍ତି । ଏହିପରି ଭାବରେ ଆଲୋକିକରଣ ସମସ୍ୟା ପାଇଁ ବିଗତ ଦିନରେ ଏକ ନାବାଳିକା ସହ ଦୁଷ୍କର୍ମ ହୋଇଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ଅବହେଳିତ ଅବସ୍ଥାରେ ଥିବା ଉକ୍ତ ଆଦିବାସୀ ବସ୍ତିରେ ପକ୍କା ଘର ଠାରୁ ଆରମ୍ଭ କରି ପାନୀୟ ଜଳ ବ୍ୟବସ୍ଥା ପାଇଁ ନାଉଗାଁ ବ୍ଲକ୍ ପ୍ରଶାସନ କେତେ ତତ୍ପରତା ଦେଖାଉଛି ଦେଖିବାକୁ ବାକି ରହିଲା ।
Report – Manas Swain
