ଓକିଲ ସଙ୍ଘର ଶପଥଗ୍ରହଣ ଉତ୍ସବ
ଜଗତସିଂହପୁର ଜିଲ୍ଲା ଓକିଲ ସଂଘର ନବନିର୍ବାଚିତ ପ୍ରତିନିଧି ମାନଙ୍କର ଶପଥଗ୍ରହଣ ଉତ୍ସବ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମାନ୍ୟବର ଜିଲ୍ଲା ଜଜ୍ ଅନୁପ କୁମାର ଚନ୍ଦନ, ଓଡ଼ିଶା ରାଜ୍ୟ ଆଇନଜୀବି ପରିଷଦର ଚେୟାରମ୍ୟାନ୍ ସୀତାଂଶୁ ମୋହନ ଦ୍ବିବେଦୀ ଓ ଓଡ଼ିଶା ଆଇନଜୀବି ପରିଷଦ ସଭ୍ୟ ଦୀନେଶ୍ ରାୟ ଯୋଗଦେଇ ଥିଲେ । ଏହି ଅବସରରେ ଅତିଥି ମାନେ ଓକିଲାତି ବୃତ୍ତି ସହିତ ଜଡିତ ବ୍ୟକ୍ତିମାନଙ୍କ ସାମାଜିକ ଓ ଅର୍ଥନୈତିକ ନିରାପତ୍ତା ଉପରେ ଆଲୋଚନା କରାଯାଇଥିଲା । ବରିଷ୍ଠ ଆଇନଜୀବି ଗୋରାଚାନ୍ଦ କାନୁନଗୋ ସଭାପତି ରବିନ୍ଦ୍ରନାଥ ମହାନ୍ତି, ଉପସଭାପତି ସରୋଜ କୁମାର ବିଶ୍ବାଳ,ସଂପାଦକ ନରେଶ ଦାସ , ଯୁଗ୍ମ ସମ୍ପାଦକ ଅମୀୟ କୁମାର ମହାପାତ୍ର, କୋଷାଧ୍ୟକ୍ଷ ଦୁର୍ଯୋଧନ ରାଉତଙ୍କୁ ଶପଥ ପାଠ କରାଇଥିବା ବେଳେ ଅନ୍ୟତମ ବରିଷ୍ଠ ଆଇନଜୀବି ଅତ୍ୟୁଲ ଚନ୍ଦ୍ର ଦାସ କାର୍ଯ୍ୟକାରିଣୀ କମିଟି ସଦସ୍ୟା ପ୍ରମିଳା ମହାରାଜ, ସଦସ୍ୟ ପର୍ଶୁରାମ ରାଉତ , ରୁଦ୍ରନାରାୟଣ ନାୟକ, ପ୍ରକାଶ ଚନ୍ଦ୍ର ରାୟ, ସୁଦର୍ଶନ ଭୋଇ, ବିଭୁପ୍ରସାଦ ନନ୍ଦ ଓ ସ୍ମୃତି ରଞ୍ଜନ ପଣ୍ଡାଙ୍କୁ ଶପଥ ପାଠ କରାଇଥିଲେ ।
