ଓଡ଼ିଆ ଅସ୍ମିତା
“ଓଡ଼ିଆ ଅସ୍ମିତା
ରଜନୀକାନ୍ତ ରଥ , ରାଜନଗର, କେନ୍ଦ୍ରାପଡ଼ା
“ଆମେ ଓଡ଼ିଆ ଭରି ବଢିଆ”। ଏହି ବାକ୍ୟ କୁ ଆମେ କଥା କଥାରେ କହୁଛେ।ମାତ୍ର ଆମେl ତାର ବିପରୀତ କାମ କରୁଛେ।
ଆମର ଦୈନନ୍ଦିନ ଜୀବନରେ
କହିବା ଓ କରିବା ଭିତରେ ଆକାଶ ପାତାଳ ପାର୍ଥକ୍ୟ। ଆମର ଖାଦ୍ୟପେୟ ବେଶଭୂଷା ଆଦିରେ ଆମେ ବର୍ତ୍ତମାନ ପାଶ୍ଚାତ୍ୟ ସଭ୍ୟତା କୁ ଆଦରି ନେଇଛନ୍ତି।
କହିବା ବେଳେ ଆମେ ଶୁଦ୍ଧ ଓଡ଼ିଆରେ କଥା ନହୋଇ ଇଂରାଜୀ ମିଶା ଓଡ଼ିଆରେ କଥା ହେଉଛୁ। କ୍ଷମା ସ୍ଥାନରେ “ସରୀ” କହୁଛୁ,କଲମ ସ୍ଥାନରେ “ପେନ୍” କହୁଛୁ ଇତ୍ୟାଦି।ଓଡ଼ିଆ ଘରର ଜନ୍ମଦିନ ରେ ବୋଉ କଳସ ବସାଇ ଚକୁଳି ପିଠା କରି ଷଷ୍ଠୀ ଦେବୀ ପୂଜା କରି ପୁଅ ବା ଝିଅକୁ ଆରୁଆଚଉଳ ମୁଣ୍ଡ ଓ କାନ୍ଧରେ ପକାଇ ଘିଅ ଦୀପ ରେ ଶୁଭ ମନାସି ବନ୍ଦାଏ। ଆଜି ର ସମାଜ ରେ “ମମି”, “ଡlଡି”ଡାକୁଛନ୍ତି।
ବୋଉ ଛଡ଼ା ଜନ୍ମଦିନ ଅନ୍ୟ କେହି ପାଳନ କରିପାରିବେ ନାହିଁ।
କଥାରେ ଅଛି “ମା “ଗଲା ପରେ ଜନ୍ମଦିନ ହୁଏ ନାହିଁ। ଆଜି ତାର
ବିପରୀତ ହେଉଛି। କେକ୍ ଉପରେ ମହମ ବତୀ ରଖି ଜଳନ୍ତା ମହମବତୀ କୁ ଫୁଙ୍କି ଲିଭାଇ କେକ୍ କାଟି ଜନ୍ମଦିନ ,ବିବାହ ବାର୍ଷିକୀ ଆଦି ପାଳନ କରୁଛେ।
ଏହା ବିଧି ସମ୍ମତ ନୁହେଁ। ପୂଜା ପାର୍ବଣରେ ଆମେ ଯୋଡ ବା ଶାଢ଼ୀ ପିନ୍ଧି ବସୁ।ଆଜିର ବିଭାଘରରେ ବର ଧୋତି ପଞ୍ଜାବୀ ପିନ୍ଧି ଯାଏ।ଏବେ ସେରୱାନି ଓ
ଟୋପି,କନ୍ୟା ଲଂlଘା
ପିନ୍ଧି ବେଦୀରେ ବସିବା ଅସ୍ମିତା
ର ବିରୋଧୀ। ଗୋପବନ୍ଧୁଙ୍କ ଭାଷା ରେ “ମାତୃଭୂମି ମାତୃଭାଷାର ମମତା ଯା ହୃଦେ ଜନମି ନାହିଁ,ତାକୁ ଯଦି ଜ୍ଞାନୀ ଗଣରେ ଗଣିବା
ଅଜ୍ଞାନ ରହିବେ କାହିଁ।”
ଖାଦ୍ୟ ପେୟ ସମ୍ପୂର୍ଣ୍ଣ ପାଶ୍ଚାତ୍ୟ ଧର୍ମୀ। ବେଶ ପୋଷାକ କଥା ନକହିଲେ ଭଲ।ଅର୍ଦ୍ଧନଗ୍ନ ହୋଇ ଟିଭି ପରଦା ରେ ବସିବା କେଉଁ ସଂସ୍କୃତି ର ପରିଚୟ।ଏହା ଯୌନ ଉଦ୍ଦୀପକ। ଅଙ୍ଗ ପ୍ରଦର୍ଶନ କୁ ଏକ ଧର୍ତ୍ତବ୍ୟ ଅପରାଧ ଭାବରେ ବିବେଚନା କରାଯାଉ। ଏହା ଆମର ଅସ୍ମିତା ଉପରେ କୁଠାର ଘାତ।
ଖାଲି ଅସ୍ମିତା ଅସ୍ମିତା ହେଲେ ହେବନି।ଆମେ ଓଡ଼ିଆ ବର୍ଣ୍ଣ ମାଳl
କହି ପାରୁନାହୁଁ ।ଏହା ଲଜ୍ଜ୍ୟା ର କଥା।ଅସ୍ମିତା ଶବ୍ଦ ର ବ୍ୟୁତ୍ପତ୍ତି ଗତ ଅର୍ଥ ବୁଝି କାର୍ଯ କରିବା ଆବଶ୍ୟକ।
