ଯୁବ ସାମ୍ବାଦିକ ଅରିନ୍ଦମଙ୍କ ବିୟୋଗରେ କ୍ୟାଣ୍ଡେଲ ଜାଳି ଶୋକସଭା କଲେ ମା ମଙ୍ଗଳା ସ୍ବେଚ୍ଛାସେବୀ ସଂଗଠନ
କେନ୍ଦୁଝର ମାଟିର ଗୌରବ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ମୃତ୍ୟୁ ରେ ସମଗ୍ର ରାଜ୍ୟରେ ଶୋକ ର ଛାୟା ଖେଳି ଯାଇଛି । କେନ୍ଦୁଝର ମାଟିର ସନ୍ତାନ କୁ ହରାଇ କେନ୍ଦୁଝର ରେ ଖେଳି ଯାଇଛି ଶୋକ ର ଛାୟା। ସେ ଜଣେ ନିଷ୍ଠାପର ସାମ୍ୱାଦିକ ଏବଂ ସେ ଜଣେ ସମାଜସେବୀ ବହିଲେ କିଛି ଭୁଲ ହେବନି ତାଙ୍କର ଅକାଳ ବିୟୋଗ ପରେ ସମଗ୍ର ରାଜ୍ୟ ଏବେ ସ୍ତବ୍ଧ ।ଏଥିପାଇଁ ଆଜି ଆନନ୍ଦପୁର ଅଗ୍ରଣୀ ସ୍ବେଚ୍ଛାସେବୀ ମା ମଙ୍ଗଳା ସଂଗଠନ ପକ୍ଷରୁ ଟୋଲଙ୍କପଡା ଏବଂ ବେଲବାହାଳି ଠାରେ ନିରବ ପ୍ରାଥନା ସହ କ୍ୟାଣ୍ଡେଲ ଜାଳି ଶୋକସଭା କରାଯାଇଛି । ଏଥିରେ ସଂଗଠନର ଫାଉଣ୍ଡର ହରିହର ଓଝା, ସେଶଦେଵ ଓଝା, ମନୋଜ ବାରିକ ,ବପୁନ ସାହୁ,ମନୋଜ ବିନ୍ଧାଣି ଏବଂ ସମସ୍ତ ଶତାଧିକ ସଦସ୍ୟ ଏକତ୍ରିତ ହୋଇ ମା ମଙ୍ଗଳା ବେଲବାହାଳି ଅଫିସ ନିକଟରେ ଶୋକସଭା ପାଳନ କରିଥିଲେ । ଏଥିରେ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ନାମରେ ସୋଲଗ୍ନ ଦେଇ ତାଙ୍କ ଆତ୍ମାର ସଦ୍ଗତି ନିମନ୍ତେ ପ୍ରାଥନା କରିଥିଲେ ।
ରିପୋର୍ଟ-ଅଭିନ୍ନ କୁମାର ରଣା, କେନ୍ଦୁଝର।
