ଶିଶୁ ଦିବସ ଅବସରରେ ପୁରୀ ପୋଲିସ ପକ୍ଷରୁ ବିଭିନ୍ନ ବିଦ୍ୟାଳୟରେ ଶିଶୁମାନଙ୍କ ସହ ଭାବ ବିନିମୟ ଓ ମିଷ୍ଟାନ୍ନ ବଣ୍ଟନ

ଶିଶୁ ଦିବସ ଅବସରରେ ପୁରୀ ପୋଲିସ ପକ୍ଷରୁ ବିଭିନ୍ନ ବିଦ୍ୟାଳୟରେ ଶିଶୁମାନଙ୍କ ସହ ଭାବ ବିନିମୟ ଓ ମିଷ୍ଟାନ୍ନ ବଣ୍ଟନ l ଶିଶୁ ଦିବସ ଅବସରରେ ପୁରୀ ଜିଲ୍ଲା ପୋଲିସ ପକ୍ଷରୁ ଏକ ଅଭିନବ ଓ ସ୍ନେହପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଜିଲ୍ଲାର ସମସ୍ତ ଥାନାର ଥାନାଧିକାରୀ (IIC) ଓ ପୋଲିସ କର୍ମଚାରୀଙ୍କ ସମେତ ଜିଲ୍ଲା ପୋଲିସ ମୁଖ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀମାନଙ୍କ ସହ ଶିଶୁ ଦିବସ ପାଳନ କରିଥିଲେ। ଏହି ଅବସରରେ ପିଲାମାନଙ୍କୁ ମିଷ୍ଟାନ୍ନ ଓ ଚକୋଲେଟ୍ ବଣ୍ଟନ କରାଯାଇଥିଲା।ଏହି ଅବସରରେ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ପିଲାମାନଙ୍କ ସହ ଆନନ୍ଦମୟ ପରିବେଶରେ ଭାବ ବିନିମୟ କରିବା ସହ ବାର୍ତ୍ତାଳାପ କରିଥିଲେ। ପିଲାମାନଙ୍କ ପାଠପଢ଼ା, ରୁଚି, ଆଗ୍ରହ ଓ ଭବିଷ୍ୟତର ସ୍ୱପ୍ନ ସମ୍ପର୍କରେ ପଚାରି ବୁଝିବା ସହ ସେମାନଙ୍କୁ ଉତ୍ସାହିତ କରିଥିଲେ। ଏଥିସହ ପୋଲିସ ସହ ଖୋଲାଖୋଲି ଭାବେ କଥା ହେବାକୁ ଓ କୌଣସି ସମସ୍ୟା ହେଲେ ନିର୍ଭୟରେ ପୋଲିସର ସହାୟତା ନେବାକୁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ।ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କ ମନରୁ ପୋଲିସ ପ୍ରତି ଥିବା ଭୟ ଓ ସଂକୋଚ ଦୂର କରି ସେମାନଙ୍କ ମଧ୍ୟରେ ବିଶ୍ୱାସ, ସୁରକ୍ଷା ଓ ଆତ୍ମୀୟତାର ଭାବନା ସୃଷ୍ଟି କରିବା।

ପୋଲିସ କେବଳ ଆଇନ ଶୃଙ୍ଖଳା ରକ୍ଷାକାରୀ ସଂସ୍ଥା ନୁହେଁ, ବରଂ ପ୍ରତ୍ୟେକ ଶିଶୁର ଜଣେ ବନ୍ଧୁ, ଶୁଭେଚ୍ଛୁ ଓ ସୁରକ୍ଷାଦାତା ବୋଲି ସେମାନଙ୍କୁ ଅନୁଭବ କରାଇବା ସହ ପୋଲିସ ଓ ଶିଶୁଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଓ ପାରସ୍ପରିକ ବିଶ୍ୱାସ ସୁଦୃଢ଼ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ।ପିଲାମାନେ ଯେକୌଣସି ସମସ୍ୟା, ଅସୁବିଧା କିମ୍ବା ବିପଦ ସମୟରେ ନିର୍ଭୟରେ ପୋଲିସର ସହାୟତା ନେଇପାରିବେ। ଶିଶୁମାନଙ୍କ ସୁରକ୍ଷା, ଅଧିକାର ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପୁରୀ ପୋଲିସ ସର୍ବଦା ପ୍ରତିବଦ୍ଧ।ପିଲାମାନଙ୍କ ହସ ଓ ସୁରକ୍ଷା ହିଁ ଆମର ପ୍ରାଥମିକତା। ପୋଲିସ ଆପଣଙ୍କ ବନ୍ଧୁ।

Leave a Reply

Your email address will not be published. Required fields are marked *