ବ୍ୟାସନଗର ବିଜେଡି ପକ୍ଷରୁ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଝାଟିଆସାହି ନିକଟରୁ ପଦଯାତ୍ରା ଆରମ୍ଭ
ଆଜି ହେଉଛି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ l ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ପଦଯାତ୍ରା ଆରମ୍ଭ ହେଇଛି l ଏହି ପରିପକ୍ଷରେ ବ୍ୟାସନଗର ବିଜେଡି ସମ୍ପାଦକ ମହେଶ ଧଳଙ୍କ ନେତୃତ୍ୱରେ ଝାଟିଆସାହି ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରୁ ଏକ ପଦଯାତ୍ରା ଆରମ୍ଭ ହେଇଛି l ଆଜିର ଏହି କାର୍ଯ୍ୟକ୍ରମରେ ଯାଜପୁର ପୌର ପାଳିକାର ପୂର୍ବତନ ଅଧ୍ୟକ୍ଷ ଭାବପ୍ରସାଦ ଦାସ,ବ୍ୟାସନଗର ପୌର ପରିଷଦର ଅଧ୍ୟକ୍ଷl ସଂଗୀତା ପିଙ୍ଗୁଆ ଯୋଗଦେଇ ପ୍ରଥମେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ l ଏଥିସହିତ ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା,ଯୁବ ଓ ବରିଷ୍ଠ ବିଜେଡି ନେତା ସାମିଲ ହେଇ ଏକ ପଦଯାତ୍ରା ବାହାରି ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ପହଂଚିଥିଲେ l
