ବିରିଡି ବ୍ଲକ ରେ ପଂଚାୟତ ସମିତି ବୈଠକ ଅନୁଷ୍ଠିତ
ସାଧାରଣ ନିର୍ବାଚନ ପରେ ଆଜି ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଥରେ ପ୍ରଥମ ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବ୍ଲକ ଅଧ୍ୟକ୍ଷା ମମତା ପାତ୍ର ଙ୍କ ସଭାପତିତ୍ୱ ଆୟୋଜିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ତିର୍ତ୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ, ବିଡିଓ ବିଜୟ କୁମାର ବେହେରା, ଉପାଧ୍ୟଖ୍ୟା ପିନାକୀ ପ୍ରିୟଦର୍ଶିନୀ, ଜୋନ ଦୁଇ ର ଜିଲ୍ଲା ପାରିଷଦ ସଭ୍ୟ ଚନ୍ଦ୍ର ଶେଖର ଦାଶ, ଏକ ନମ୍ବର ଜୋନ ର ଜିଲ୍ଲା ପରିଷଦ ସଭ୍ୟା ଦୀପ୍ତି ମୟୀ ରାୟ ଓ ଆତ୍ମା ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେବା ସହିତ ବିରିଡି ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏବଂ ବ୍ଲକ ପକ୍ଷରୁ ନବନିର୍ବାଚିତ ସାଂସଦ ଓ ବିଧାୟକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଶେଷ କରି ପାନୀୟ ଜଳ, ରାସ୍ତା ଘାଟର ଉର୍ଣ୍ଣିତି କରଣ, ବିଦ୍ୟୁତ ସେବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, କୃଷି ଓ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇ ଥିବା ସହିତ ଏହାର କିପରି ସମାଧାନ କରାଯିବ ଓ ସାଧାରଣ ଲୋକ କିପରି ନ୍ୟାୟ ପାଇବେ ସେନେଇ ବିସ୍ତୃତ ଆଲୋଚନା କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ ବିଭାଗ ର ଅଧିକାରୀ, ସରପଂଚ ଓ ସମିତି ସଭ୍ୟ ମାନେ ଉପସ୍ଥିତ ରହି ଏହି ବୈଠକକୁ ସଫଳ କରିଥିଲେ ।
