ୟୁକୋ ବ୍ୟାଙ୍କ ତରଫରୁ ଅଟଳ ପେନ୍‌ସନ ଯୋଜନା ଆଉଟ୍‌ରିଚ କାର୍ଯ୍ୟକ୍ରମ

ଅଟଳ ପେନ୍‌ସନ୍ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପେନ୍‌ସନ୍ ପାଣ୍ଠିନିୟାମକ ଏବଂ ବିକାଶ ପ୍ରାଧୁକରଣ (ପିଏଫ୍‌ଆଡିଏ) ପକ୍ଷରୁ ୟୁକୋ ବ୍ୟାଙ୍କ, ଆବାହକ, ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି), ଓଡିଶା ଆନୁକୂଲ୍ୟରେ ଆଜି ପୁରୀ ଚକ୍ରତୀର୍ଥ ରୋଡସ୍ଥିତ ହୋଟେଲ ହଲିଡେ ରିସୋର୍ଟରେ ରାଜ୍ୟସ୍ତରୀୟ ଅଟଳ ପେନ୍‌ସନ୍ ଯୋଜନା ସମ୍ପର୍କୀତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ବ୍ୟାଙ୍କର ପ୍ରଶାସନିକ ମୁଖ୍ୟ, ଡିଡିଏମ୍ ନାବାର୍ଡ, ସମସ୍ତ ଜିଲ୍ଲାରଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ, ବିଦ୍ୟମାନ ତଥା ସାମ୍ଭାବ୍ୟ ଅଟଳ ପେନ୍‌ସନ୍ ହିତାଧୁକାରୀ, ମହିଳା ସ୍ୱୟଂ ସହାୟକଗୋଷ୍ଠୀର ସଦସ୍ୟା, ବିଭିନ୍ନ ବ୍ୟାଙ୍କର ପ୍ରତିନିଧି ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଦୀପ ପ୍ରଜ୍ଜ୍ୱଳନସହ ଅତିଥିମାନଙ୍କୁ ସ୍ୱାଗତ କରାଯାଇଥିଲା। ଗୌତମ ପାତ୍ର ମହାପ୍ରବନ୍ଧକ, ୟୁକୋ ବ୍ୟାଙ୍କ ତଥା ଆବାହକ,ଏସ୍‌ଏଲ୍‌ବିସି ସ୍ୱାଗତ ଭାଷଣ ଦେଇଥିଲେ । ପେନ୍‌ସନ୍ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧୂକରଣ (ପିଏଫ୍‌ଆଡିଏ)ର ଅଧ୍ୟକ୍ଷ ଡଃ ଦୀପକ ମହାନ୍ତି ତାଙ୍କ ଅଭିଭାଷଣରେ ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁପେନ୍‌ସନ୍‌ର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଓଡିଶାରେ କାର୍ଯ୍ୟକରୁଥିବା ସମସ୍ତ ବ୍ୟାଙ୍କ ସେମାନଙ୍କଅଟଳ ପେନ୍‌ସନ୍ ଯୋଜନା (ଏପିୱାଇ) ପଞ୍ଜୀକରଣ କ୍ଷେତ୍ରରେ ଉନ୍ନତି ଆଣିବାକୁ ସେ ପରାମର୍ଶ ଦେଇଛନ୍ତି । ପୁରୀ ଜିଲ୍ଲା ପରିଷଦର ଗୋଷ୍ଠୀ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ତାଙ୍କ ଅଭିଭାଷଣରେ ଅସଂଗଠିତ କ୍ଷେତ୍ରରେ ଲୋକଙ୍କ ଉନ୍ନତି ପାଇଁ ମନୋଭାବ, ଦକ୍ଷତା ଓ ଜ୍ଞାନର ମିଶ୍ରଣ ଉପରେ ଧ୍ୟାନ ଦେବାକୁସମସ୍ତ ଅଂଶୀଦାରମାନଙ୍କୁ ପରାମର୍ଶ ଦେଇଥିଲେ। ଏସ୍‌ବିଆଇ ସିଜିଏମ୍ ଦୀନେଶ ପରୁଥୁ ତାଙ୍କ ଅଭିଭାଷଣରେ ସାମାଜିକ ନିରାପତା ଏବଂ ଆର୍ôଥକଅନ୍ତର୍ଭୁକ୍ତିକରଣ ପ୍ରତି ଏସ୍‌ବିଆଇର ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ। ଅଟଳ ପେନ୍‌ସନ୍ ଯୋଜନା (ଏପିୱାଇ)କୁ ପ୍ରଚାର କରିବାକୁ ସମସ୍ତ ଅଂଶୀଦରଙ୍କୁ ପରାମର୍ଶ ଦେଇଥିଲେ। ପିଏଫ୍‌ଆଇଡିଏର ସିଜିଏମ୍ ପ୍ରବେଶ କୁମାର ତାଙ୍କ ଅଭିଭାଷଣରେ ଓଡିଶାରେ ଏପିୱାଇର ଉଚ୍ଚସମ୍ଭାବନା ଉପରେ କହିଥିଲେ । ୫ଟି ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ ଓ ୬ ଟି ବ୍ୟାଙ୍କକୁ ପୁରସ୍କାର ପ୍ରଦାନ କରାଯାଇଥିଲା ।୨୦୨୩-୨୪ ଆର୍ôଥକ ବର୍ଷରେ ଏପିୱାଇରେ ଉଲ୍ଲେଖନୀୟ ସଫଳତା ପାଇଁ ୮ଟି ବ୍ୟାଙ୍କ ଓ ୨୦ ଟି ଅଗ୍ରଣୀଜିଲ୍ଲା ପ୍ରବନ୍ଧକଙ୍କୁ ପ୍ରୋଟୋଟାଇପ୍ ପ୍ରାନ୍ କାର୍ଡ ପ୍ରଦାନ କରାଯାଇଥିଲା। ପିଏଫ୍‌ଆଇଡିଏର ଡିଜିଏମ୍ ପ୍ରିୟଙ୍କାଗୁପ୍ତା ଏପିୱାଇର ପିପିଟି ଉପସ୍ଥାପନା କରି ଓଡିଶାରେ ଏହାର ଲାଭ ବ୍ୟାଙ୍କଗୁଡିକର ପ୍ରଦର୍ଶନ ସମ୍ପର୍କରେ ଆଲୋଚନାକରିଥିଲେ । ଏସ୍‌ଏଲ୍‌ବିସି ପ୍ରଭାରୀ ଲିଙ୍ଗରାଜ ନାୟକ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *