ଲକ୍ଷ୍ମଣ ମଲ୍ଲୀକ ସ୍ମୃତି କମିଟି ପକ୍ଷରୁ ଓଡ଼ିଶାର ପୁର୍ବତନ ମନ୍ତ୍ରୀ ,ସାଂସଦ ସ୍ୱର୍ଗତ ଲକ୍ଷ୍ମଣ ମଲ୍ଲିକଙ୍କ ଦଶମ ଶ୍ରାଦ୍ଧବାର୍ଷିକୀ

ସଦରମହକୁମାସ୍ଥିତ ଆଦିକବି ଶାରଳା ଦାସ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି । ସ୍ମୃତି କମିଟି ସଭାପତି ବିପ୍ଳବ ଚୌଧୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଟକ-ବାରବାଟୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଇଂ ମହମ୍ମଦ ମୋକିମ ମୁଖ୍ୟଅତିଥିଭାବେ ଯୋଗଦେଇ ସ୍ବର୍ଗତ ଲକ୍ଷ୍ମଣ ମଲ୍ଲିକଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ସମସ୍ତ କଂଗ୍ରେସ କର୍ମୀମାନେ ଏକଜୁଟ ହୋଇ କଂଗ୍ରେସ ଦଳକୁ ମଜବୁତ କରାଇଲେ ଏହା ହିଁ ହେବ ସ୍ବର୍ଗତ ଲକ୍ଷ୍ମଣ ମଲ୍ଲିକଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟବକ୍ତାଭାବେ ବରିଷ୍ଠ କଂଗ୍ରେସନେତା ତଥା ଆର୍ଜ୍ୟସମାଜର ସଭାପତି ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ,ସମ୍ନାନିତ ଅତିଥିଭାବେ ବାଲିକୁଦାର ପୁର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର ,ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ,ଜଗତସିଂହପୁର ପୋୖରାଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ,ହିମାଂଶୁ ମଲ୍ଲୀକ ,ଇଂ ନଳୀନ ରଞ୍ଜନ ସ୍ବାଇଁ , ବରିଷ୍ଠ ଆଇନଜୀବୀ ଡ଼ଃ ସୁଶାନ୍ତ କୁମାର କାନୁନଗୋ , ଲକ୍ଷ୍ମଣ ମଲ୍ଲିକଙ୍କ କନ୍ୟା ତଥା ସ୍ମୃତି କମିଟି ସମ୍ପାଦିକା ପ୍ରତିମା ମଲ୍ଲୀକ ଯୋଗଦେଇ ଲକ୍ଷ୍ମଣ ମଲ୍ଲିକଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

ଜଗତସିଂହପୁର ରୁ ରିତା ସାହୁ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *