ପି ଏମ କିଶାନ ସମ୍ମାନ ନିଧି ର ୧୭ତମ କିସ୍ତି ପ୍ରଦାନ

।ମିଶନ ଶକ୍ତି ବନ୍ଦ ହେବ ନାହିଁ ଅଧିକ ସୁଦୃଢ଼ ଓ ସମୃଦ୍ଧ ହେବ।ପୁରୀ ରେ ଯୋଗ ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।ପୁରୀ ୧୮/୬ କୃଷି ଓ କୃଷକ ର ଉନ୍ନତି ଆମ ଦେଶର ଆର୍ଥିକ ସ୍ଥିତି କୁ ସୁଦୃଢ କରିପାରିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।ଆଜି ଅପରାହ୍ନ ରେ ପୁରୀ ସଂସ୍କୃତି ଭବନ ପରିସରରେ ପିଏମ କିଶାନ ସମ୍ମାନ ନିଧି ର ୧୭ ତମ କିସ୍ତି ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଥିଲା।ବାରଣାସୀ ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ରାଷ୍ଟ୍ର ସ୍ତରୀୟ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଡିବିଟି ମାଧ୍ୟମରେ ଅର୍ଥ ହସ୍ତାନ୍ତର କରିଥିବା ବେଳେ ବରଗଡ଼ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ପୁରୀ ଜିଲ୍ଲା ସ୍ତରୀୟ ପିଏମ କିଶାନ ସମ୍ମାନ ନିଧି କାର୍ଯ୍ୟକ୍ରମ ରେ ଯୋଗ ଦାନ କରି କୃଷକ ମାନଙ୍କୁ ସହଯୋଗ ଓ ସେମାନଙ୍କ ଆର୍ଥିକ ସମୃଦ୍ଧି ପାଇଁ ଏହା ପ୍ରଧାନମନ୍ତ୍ରୀ ଙ୍କ ର ଏକ ସୁନ୍ଦର ପଦକ୍ଷେପ ବୋଲି କହିଥିଲେ।କୃଷକ ମାନଙ୍କ ଆର୍ଥିକ ବିକାଶ ପାଇଁ ନୂଆ ସରକାର ୩୧୦୦ ଟଙ୍କା ଧାନର ସହାୟକ ମୂଲ୍ୟ ଅତି ଶିଘ୍ର ପ୍ରଦାନ କରିବେ।ନୂଆ ସରକାର ର ପ୍ରଥମ ନିଷ୍ପତ୍ତି ଅନୁସାରେ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲା ଯାଇଛି।ଶୃଙ୍ଖଳିତ ଦର୍ଶନ ପାଇଁ ଏଥିରେ ସମସ୍ତେ ସହଯୋଗ କରନ୍ତୁ।ପ୍ରତିଶ୍ରୁତି ମୁତାବକ ମହିଳା ମାନଙ୍କ ପାଇଁ ସୁଭଦ୍ରା ଯୋଜନା ସରକାର ଅତି ଶୀଘ୍ର ବ୍ୟବସ୍ଥା କରୁଛନ୍ତି।କିଛି ସୋସିଆଲ ମିଡିଆ ରେ ସୁଭଦ୍ରା ଯୋଜନା ସମ୍ପର୍କରେ ଫେକ ଫର୍ମ କୁ ଛଡା ଯାଇ ଲୋକ ଙ୍କୁ ବିଭ୍ରାନ୍ତି ଓ ଠକାମୀ ଉଦ୍ୟମ କରାଯାଉଛି।ଏଥି ପ୍ରତି ସତର୍କ ରହିବାକୁ ସେ ପରାମର୍ଶ ଦେବା ସହ ସୁଭଦ୍ରା ଯୋଜନା ସମ୍ପର୍କରେ ସଠିକ ସମୟରେ ଉପଯୁକ୍ତ ସଚେତନତା ସୃଷ୍ଟି ମାଧ୍ୟମରେ ସମସ୍ତଙ୍କୁ ଅବଗତ କରାଯିବ। ମିଶନ ଶକ୍ତି ବନ୍ଦ ହେବ ନାହିଁ ବୋଲି ସେ ସ୍ଷଷ୍ଟ କରିବା ସହ ଏହା ଆହୁରି ବିକଶିତ ଓ ସମୃଦ୍ଧ ହେବ।ସେହିପରି ପର୍ଯ୍ୟଟନ କ୍ଷେତ୍ରରେ ରାଜ୍ୟର ବିପୁଳ ସମ୍ଭାବନା ଥିବାରୁ ଏହାକୁ ଅଧିକ ବ୍ୟାପକ କରାଯିବ ବୋଲି ଶ୍ରୀମତୀ ପରିଡା ସୂଚନା ଦେଇଥିଲେ। ପରେ ଉପ ମୁଖ୍ୟମନ୍ତ୍ରୀ କୃଷକ ମାନଙ୍କର ସମସ୍ୟା ସମ୍ପର୍କରେ ଉପସ୍ଥିତ କୃଷକ ମାନଙ୍କ ମତାମତ ଚାହିଁ ଥିଲେ।କୃଷକ ମାନେ ସେମାନଙ୍କ ସମସ୍ୟା ମଧ୍ୟରେ ଜଳସେଚନର ବ୍ୟବସ୍ଥା, ଉଠା ଜଳସେଚନର ବ୍ୟବସ୍ଥା, ଗ୍ରାମ ସେବକ ମାନଙ୍କର ସହଯୋଗ ପାଇଁ ପ୍ରସ୍ତାବ ଦେଇଥିଲେ।ଉପ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ର ସରକାର କୌଣସି ଓଡ଼ିଆ ଙ୍କ ର ଅସୁବିଧା ହେବାକୁ ଦେବ ନାହିଁ ବୋଲି କହିବା ସହ କୃଷି ସମସ୍ୟା ର ସମାଧାନ ପାଇଁ ଉଦ୍ୟମ କରାଯିବ ବୋଲି କହିଥିଲେ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନାହିଁ ର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଷ୍ଣୁ ଚରଣ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।ପ୍ରାରମ୍ଭରେ ସତ୍ୟବାଦୀ ବ୍ଲକ କୃଷି ଅଧିକାରୀ ବିକାଶ କୁମାର ପୃଷ୍ଟି ସମସ୍ତଙ୍କୁ ସ୍ୱାଗତ କରିଥିଲେ।ପୁରୀ ଜିଲ୍ଲାର ୧ ଲକ୍ଷ ୪୭ ହଜାର କୃଷକ ଙ୍କୁ ପିଏମ କିଶାନ ଯୋଜନା ରେ ସାମିଲ କରାଯାଇଛି ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୂଚନା ଦେଇଥିଲେ।ଏଥିରେ ବିଭିନ୍ନ ବିଭାଗର ଅଧିକାରୀ, ଜିଲ୍ଲାର ବିଭିନ୍ନ ବ୍ଲକର କୃଷକ ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *