ଡଚ୍ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ
ଡଚ୍ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ l ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ରବ ଜେଟେନ ଆଜି ଶକ୍ତି, ବନ୍ଦର, ସ୍ୱାସ୍ଥ୍ୟ, କୃଷି ବାଣିଜ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ଭଳି ବିଭିନ୍ନ କ୍ଷେତ୍ରର ପ୍ରମୁଖ ଡଚ୍ କମ୍ପାନୀଗୁଡ଼ିକର କାର୍ଯ୍ୟ ନିର୍ବାହୀ ଅଧିକାରୀ (ସିଇଓ) ମାନଙ୍କ ସହିତ ଆଲୋଚନା କରିଛନ୍ତି। ଏହି ଉଦ୍ୟୋଗ ଜଗତର ନେତୃତ୍ଵମାନେ ତିନୋଟି କ୍ଲଷ୍ଟର, ଯଥା : ସେମିକଣ୍ଡକ୍ଟର, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ; ଭିତ୍ତିଭୂମି, ଲଜିଷ୍ଟିକ୍ସ ଏବଂ ସାମୁଦ୍ରିକ; ଏବଂ ସ୍ଥିରତା, ଶକ୍ତି ଏବଂ କୃଷି; ଉପରେ ତାଙ୍କର ବିଚାରଧାରାକୁ ଉପସ୍ଥାପନା କରିଥିଲେ। ଏହା ସହିତ ଭାରତ ପାଇଁ ସେମାନଙ୍କର ରଣନୀତି ସମ୍ପର୍କରେ ଉଲ୍ଲେଖ କରିଥିଲେ ।ବୈଠକ ପୂର୍ବରୁ, ଦୁଇ ନେତାଙ୍କ ଉପସ୍ଥିତିରେ ଏଏସଏମଏଲ୍ ଏବଂ ଟାଟା ଇଲେକ୍ଟ୍ରୋନିକ୍ସ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ସେମାନେ ଗୁଜରାଟର ଧୋଲେରାରେ ଭାରତର ପ୍ରଥମ ଫ୍ରଣ୍ଟ-ଏଣ୍ଡ ସେମିକଣ୍ଡକ୍ଟର ଏଫଏବି ପାଇଁ ଟାଟା ଇଲେକ୍ଟ୍ରୋନିକ୍ସ ଏବଂ ଏଏସଏମଏଲ୍ ର ମିଳିତ ସହଭାଗୀତା ନିଷ୍ପତ୍ତିକୁ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ବ୍ୟବସାୟିକ ସମ୍ପର୍କର ଗଭୀରତାକୁ ସ୍ୱାଗତ କରିଥିଲେ ଏବଂ ଭାରତର ଅର୍ଥନୈତିକ ସ୍ଫୁର୍ତ୍ତିଶୀଳତା ପ୍ରତି ଡଚ୍ କମ୍ପାନୀଗୁଡ଼ିକର ବୃଦ୍ଧି ପାଉଥିବା ଆଗ୍ରହକୁ ପ୍ରଶଂସା କରିଥିଲେ। ସାମ୍ପ୍ରତିକ ସଂସ୍କାର ଏବଂ ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରି, ସେ ବ୍ୟବସାୟ କରିବାର ସହଜତାକୁ ଉନ୍ନତ କରିବା ଏବଂ ଏକ ସ୍ଥିର, ଦକ୍ଷ ଏବଂ ପୂର୍ବାନୁମାନଯୋଗ୍ୟ ନୀତି ପରିବେଶ ପ୍ରତିଷ୍ଠା କରିବା ପାଇଁ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ। ମୋଦୀ ଡଚ୍ କମ୍ପାନୀଗୁଡ଼ିକୁ ଭାରତରେ ସାମୁଦ୍ରିକ, ନବୀକରଣୀୟ ଶକ୍ତି, ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା, ସେମିକଣ୍ଡକ୍ଟର, କୃତ୍ରିମ ବୁଦ୍ଧିମତ୍ତା ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସୁଯୋଗ ଅନୁସନ୍ଧାନ କରିବାକୁ ଉତ୍ସାହିତ କରିଥିଲେ।ଦୁଇ ପ୍ରଧାନମନ୍ତ୍ରୀ ଭାରତ – ଯୁରୋପୀୟ ସଂଘ ଏଫଟିଏର ଶୀଘ୍ର କାର୍ଯ୍ୟକାରୀତା ପାଇଁ ଆହ୍ୱାନ କରିଥିଲେ। ଏଫଟିଏ ଭାରତ ଏବଂ ୟୁରୋପୀୟ ସଂଘକୁ ଖୋଲା ବଜାର, ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ଏବଂ ନମନୀୟ ଯୋଗାଣ ଶୃଙ୍ଖଳ ଦିଗରେ ପ୍ରତିବଦ୍ଧତା କ୍ଷେତ୍ରରେ ବିଶ୍ୱସ୍ତ ଏବଂ ନିର୍ଭରଯୋଗ୍ୟ ଅଂଶୀଦାର ଭାବରେ ସୁଦୃଢ଼ କରିଥାଏ। ଶିଳ୍ପ ନେତୃତ୍ଵମାନେ ଭାରତ ସରକାରଙ୍କ ସଂସ୍କାର ଏଜେଣ୍ଡାକୁ ପ୍ରଶଂସା କରିଥିଲେ ଏବଂ ଭାରତ ପାଇଁ ସେମାନଙ୍କର ଭବିଷ୍ୟତ ଯୋଜନା ସମ୍ପର୍କରେ ଉଲ୍ଲେଖ କରିଥିଲେ। ସେମାନେ ଭାରତରେ ସେମାନଙ୍କର ଉପସ୍ଥିତି ବୃଦ୍ଧି କରିବା ପାଇଁ ସୁଯୋଗ ଅନୁସନ୍ଧାନ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ନିମ୍ନଲିଖିତ ସିଇଓମାନେ ବୈଠକରେ ଯୋଗ ଦେଇଥିଲେ : ୧. ଏପିଏମ୍ ଟର୍ମିନାଲସ୍ ଶ୍ରୀଯୁକ୍ତ କିଥ୍ ସ୍ୱେଣ୍ଡସେନ୍– ସିଇଓକ୍ଷେତ୍ର : ବନ୍ଦର, ଲଜିଷ୍ଟିକ୍ସ ଏବଂ ଯୋଗାଣ ଶୃଙ୍ଖଳ ଭିତ୍ତିଭୂମି ୨. ଏଏସଏମଏଲ୍ଶ୍ରୀଯୁକ୍ତ କ୍ରିଷ୍ଟୋଫ୍ ଫୁକେଟ୍ – ସଭାପତି ଏବଂ ସିଇଓକ୍ଷେତ୍ର : ସେମିକଣ୍ଡକ୍ଟର ୩. ଡାମେନ୍ ସିପୟାର୍ଡସ୍ ଗ୍ରୁପ୍ ଶ୍ରୀଯୁକ୍ତ ଆର୍ନାଉଟ୍ ଡାମେନ୍ – ସିଇଓକ୍ଷେତ୍ର : ଜାହାଜ ନିର୍ମାଣ ୪. ହାଇନେକେନ୍ଶ୍ରୀଯୁକ୍ତ ଡଲଫ୍ ଭାନ୍ ଡେନ୍ ବ୍ରିଙ୍କ୍ – କାର୍ଯ୍ୟନିର୍ବାହୀ ବୋର୍ଡର ଅଧ୍ୟକ୍ଷ ଏବଂ ସିଇଓକ୍ଷେତ୍ର : ବ୍ରୁଇଙ୍ଗ୍ ୫. କେଏଲଏମ୍ ରୟାଲ୍ ଡଚ୍ ଏୟାରଲାଇନ୍ସଶ୍ରୀମତୀ ମାର୍ଜାନ୍ ରିଣ୍ଟେଲ – ସଭାପତି ଏବଂ ସିଇଓକ୍ଷେତ୍ର : ବିମାନ ଚଳାଚଳ୬. ଏନଏକ୍ସପି ସେମିକଣ୍ଡକ୍ଟର୍ଶ୍ରୀଯୁକ୍ତ ମରିସ୍ ଗେରାଏଟ୍ସ – ସିଇଓ, ଏନଏକ୍ସପି ସେମିକଣ୍ଡକ୍ଟର୍ ନେଦରଲ୍ୟାଣ୍ଡସ୍କ୍ଷେତ୍ର : ସେମିକଣ୍ଡକ୍ଟର୍୭. ଫିଲିପ୍ସଶ୍ରୀଯୁକ୍ତ ରୟ ଜାକୋବ୍ସ – ସିଇଓକ୍ଷେତ୍ର : ସ୍ୱାସ୍ଥ୍ୟସେବା୮. ପୋର୍ଟ ଅଫ୍ ରୋଟରଡାମ୍ ଶ୍ରୀଯୁକ୍ତ ବୋଡେୱିଜନ ସିମନ୍ସ – ସିଇଓକ୍ଷେତ୍ର : ଲଜିଷ୍ଟିକ୍ସ/ବନ୍ଦର ପରିଚାଳନା୯. ବାୱାର ୨ଏକ୍ସଶ୍ରୀଯୁକ୍ତ ଓକୋ ରିଲୋଫସେନ୍ – ସିଇଓକ୍ଷେତ୍ର : ସ୍ୱଚ୍ଛ ଶକ୍ତି ଏବଂ ଶକ୍ତି ପରିବର୍ତ୍ତନ ୧୦. ପ୍ରୋସସ୍,ଶ୍ରୀ ଫାବ୍ରିକୋ ବ୍ଲୁଇସି – ସିଇଓ କ୍ଷେତ୍ର : କଞ୍ଜୁମର ଇଣ୍ଟରନେଟ୍ ଏବଂ ଟେକ୍ନୋଲୋଜି ଇନଭେଷ୍ଟମେଣ୍ଟ ସେକ୍ଟର୧୧. ରାଣ୍ଡଷ୍ଟାଡ୍ ଶ୍ରୀ ସାଣ୍ଡର୍ ଭ୍ୟାନ୍ ନୋର୍ଡେଣ୍ଡେ – ସିଇଓ କ୍ଷେତ୍ର : ମାନବ ସମ୍ବଳ (ଏଚଆର୍) ସେବା ୧୨. ରିଜ୍ ଜୱାନ୍ ଜାଡଟେଲ୍ଟ ଏନ୍ ଜାଧାନ୍ଦେଲ ଶ୍ରୀ ମାର୍ଟିନ୍ ଆଗିଙ୍କ – ପରିଚାଳନା ନିର୍ଦ୍ଦେଶକ କ୍ଷେତ୍ର : କୃଷି ବ୍ୟବସାୟ ୧୩. କ୍ଷେତ୍ର : ରୟାଲ୍ ଏଚଜେଡପିସି ଗୃପ୍ଶ୍ରୀ ହାନ୍ସ ହୁଇଷ୍ଟ୍ରା – ସିଇଓ କ୍ଷେତ୍ର : କୃଷି ବ୍ୟବସାୟ ଏବଂ ବିହନ ୧୪. ରୟାଲ୍ ଆଇଏଚସିଶ୍ରୀ ଡେର୍କ ଟି ବୋକେଲ୍ – ସିଇଓ କ୍ଷେତ୍ର : ଜାହାଜ ନିର୍ମାଣ୧୫. ରୟାଲ୍ ଭୋପାକ୍ ଶ୍ରୀ ଡିକ୍ ରିଚେଲ୍ – କାର୍ଯ୍ୟନିର୍ବାହୀ ବୋର୍ଡର ଅଧ୍ୟକ୍ଷ ତଥା ସିଇଓ କ୍ଷେତ୍ର : ଶକ୍ତି ଭିତ୍ତିଭୂମି ଏବଂ ଶିଳ୍ପ ଲଜିଷ୍ଟିକ୍ସ ୧୬. ଭାନ୍ ଓର୍ଡ ଶ୍ରୀ ଗୋଭର୍ଟ ଭାନ୍ ଓର୍ଡ – ସିଇଓ କ୍ଷେତ୍ର : ଭିତ୍ତିଭୂମି
