ସତ୍ୟ ନାରାୟଣ
ସତ୍ୟ ନାରାୟଣ
(ପ୍ରକୃତି ବନ୍ଧୁ ହରିହର ସାହୁ)
ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଭାର୍ଗବୀ ଶିକ୍ଷା ରତ୍ନ ସମ୍ମାନ ପ୍ରାପ୍ତ)
ସତ୍ୟ ନାରାୟଣ
ଦୁଃଖୀ ରଙ୍କିଙ୍କର ଜୀବ ଧନ
ସତ୍ୟ ନାରାୟଣ
ଅନାଥ ର ନାଥ ତୁମେ ଜଗନ୍ନାଥ
ଜଗତବାସୀ ଙ୍କ ଜୀବଧନ
ସତ୍ୟନାରାୟଣ।
ହିନ୍ଦୁ ମୁସଲମାନ ସର୍ବେ ମିଶି
ପୂଜା କରୁଛନ୍ତି ହୋଇ ଖୁସି
ମାନସିକ ତୁମେ ପୂରଣ କରୁଛ
ତୁମେ ମୋ ହୃଦୟ ଗଣ୍ଠିଧନ
ସତ୍ୟ ନାରାୟଣ।।
ପୁଜା ପାଉଛନ୍ତି ପଞ୍ଚ ଦେବ
ଗଣ ନାରାୟଣ ରୁଦ୍ର ସୂର୍ଯ୍ୟ ଦେବ
ଅମ୍ବିକା ପାଆନ୍ତି ପ୍ରିୟ ଭୋଗ
ଶିରିଣି ଭୋଗ କୁ ସମର୍ପଣ କରି
ଖୁସି ମନାଅନ୍ତି ଦେଇ ଭାବ
ସତ୍ୟ ନାରାୟଣ।
ହୃଦୟ ର ତୁମେ ଗଣ୍ଠିଧନ।।
ଗୁହାରି କରୁଛି ହରିହର
ଦୋଷ ମୋର ପ୍ରଭୁ କ୍ଷମା କର
ବିପଦ ସମୟେ ସହାହୁଅ ପ୍ରଭୁ
ଜଗତର ନାଥ ହେ ଠାକୁର
ସତ୍ୟ ନାରାୟଣ
ତୁମେ ଦୁଃଖୀ ରଙ୍କିଙ୍କର ଜୀବ ଧନ।।
(ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା)
