ପିଏମ ଶ୍ରୀ ବିନ୍ଦୁ ମାଧବ ବାଗୁରାଇ ସରକାରୀ ଉଚ୍ଚ ବିଦ୍ୟାଳୟ ସାହିତ୍ୟ ସଂସ୍କୃତି ମଞ୍ଚର ବାର୍ଷିକ ଉତ୍ସବ
ଭଦ୍ରକ, ୨୧/୪ ମୂଲ୍ୟବୋଧ କବିତା, ଗଳ୍ପ, ଉପନ୍ୟାସ ବ୍ୟାସ ଓ ନାଟକ ଆଦି ପାଠକୀୟ ଆଦୃତି ଲାଭ କଲେ ଦିଗହରା ସମାଜର ପରିବର୍ତ୍ତନ ଘଟେ । ସାମ୍ପ୍ରତିକ ପରିସ୍ଥିତି ଓ ପରିବେଶକୁ ଅନୁଭବ କରି କବି, ଗାଳ୍ପିକ, ଔପନ୍ୟାସିକ ଓ ନାଟ୍ୟକା କାର ସଠିକ୍ କଲମ ଚାଳନା କଲେ ତାହା ମଲମ ଭଳି କାମ କରେ ଓ ସମାଜର ମଙ୍ଗଳ ସାଧୂତ ହୁଏ ବୋଲି ମୁଖ୍ୟ ଅତିଥ୍ ଜିଲ୍ଲା ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ , ବିଶିଷ୍ଟ ଅତିଥି ରାଇମୋହନ ମହାପାତ୍ର ଅବସର ପ୍ରାପ୍ତ ଅଧ୍ୟାପକ ମୁଖ୍ୟବକ୍ତା କୃଷି କବି ଅରୁଣ ପାତ୍ର, ଅବସର ପ୍ରାପ୍ତ କୃଷି ଅଧିକାରୀ , ସମ୍ମାନିୟ ଅତିଥି ଜଗବନ୍ଧୁ ସାହୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଗ୍ରୀଷ୍ମକାଳୀନ ସମାରୋହ ଓ ବାର୍ଷିକ ଉତ୍ସବରେ ଯୋଗଦେଇ ମୂଲ୍ୟବୋଧ ବକ୍ତବ୍ୟ ରଖିଥିଲେ। ପୌରହିତ୍ୟ କରିଥିଲେ ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ସାହୁ। ରଙ୍ଗ ବଲ୍ଲଭ ଜେନା ମଞ୍ଚର ବିବରଣୀ ପାଠ କରିଥିଲା ବେଳେ ସଭାପତି ପ୍ରଶାନ୍ତ କୁମାର ସାହୁ ସହଯୋଗ କାମନା କରିଥିଲେ।ବାର୍ଷିକ ମୁଖପତ୍ର “ମାଧୁକରୀ “ବହି ଉନ୍ମୋଚିତ ହୋଇ ଥିଲା ।
