ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ
ଆଜି ସକାଳେ ପୁରୀ ପୋଲିସ ପକ୍ଷରୁ ପୋଲିସ ଶହୀଦ ସ୍ମୃତି ଦିବସ ପାଳନ କରାଯାଇ ଦେଶ ଓ ଜନସାଧାରଣଙ୍କ ସୁରକ୍ଷା ପାଇଁ କର୍ତ୍ତବ୍ୟ ସମ୍ପାଦନ କରୁଥିବା ସମୟରେ ନିଜର ପ୍ରାଣବଳି ଦେଇଥିବା ବୀର ପୋଲିସ କର୍ମଚାରୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।ଶହୀଦମାନଙ୍କର ଅଦମ୍ୟ ସାହସ, ନିଃସ୍ୱାର୍ଥ ତ୍ୟାଗ ଓ ଅତୁଟ କର୍ତ୍ତବ୍ୟନିଷ୍ଠା ଆମ ସମସ୍ତଙ୍କ ପାଇଁ ଚିରକାଳ ପ୍ରେରଣାର ଉତ୍ସ ହୋଇ ରହିବ।

ସେମାନଙ୍କ ମହାନ ବଳିଦାନରୁ ପ୍ରେରଣା ଗ୍ରହଣ କରି ଜନସାଧାରଣଙ୍କ ସୁରକ୍ଷା, ଶାନ୍ତି ଓ ଆଇନଶୃଙ୍ଖଳା ରକ୍ଷା ଦିଗରେ ନିଷ୍ଠା ଓ ସମର୍ପଣ ଭାବନାର ସହ କାର୍ଯ୍ୟ କରିବାକୁ ପୁରୀ ପୋଲିସ ପ୍ରତିବଦ୍ଧ।ପୁରୀ ପୋଲିସ
